Latest Odisha News

BREAKING NEWS

ଲଣ୍ଡନରେ ଭବ୍ୟ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ଓଡିଶା ସୋସାଇଟିର ପ୍ରସ୍ତାବ

ଲଣ୍ଡନ: ଲଣ୍ଡନଠାରେ ଏକ ଭବ୍ୟ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ପ୍ରସ୍ତାବ ଦେଇଛନ୍ତି ଓଡ଼ିଶା ସୋସାଇଟି ଅଫ୍ ୟୁକେ (ଓଏସ୍‌ୟୁକେ) ।

ଓଡ଼ିଶା ସୋସାଇଟି ଅଫ୍ ୟୁକେ (ଓଏସ୍‌ୟୁକେ)ର ୪୧ତମ ବାର୍ଷିକ ଅଧିବେଶନରେ ସଂଯୁକ୍ତ ରାଷ୍ଟ୍ରରେ ରହୁଥିବା ପ୍ରବାସୀ ଓଡ଼ିଆମାନଙ୍କ ଦ୍ୱାରା ଗଠିତ ସଂସ୍ଥା ‘ଦ ଜଗନ୍ନାଥ ଟେମ୍ପଲ୍ ଟ୍ରଷ୍ଟ’ ପକ୍ଷରୁ ଏହି ପ୍ରସ୍ତାବ ଦିଆଯାଇଛି ।

ଏହି ଅଧିବେଶନରେ ୟୁକେ, ଆମେରିକା, ଭାରତ ସମେତ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆ ଉପସ୍ଥିତ ରହି ଏହି ପ୍ରସ୍ତାବକୁ ସ୍ୱାଗତ କରିଥିଲେ ।

ମନ୍ଦିର ଜଗନ୍ନାଥ ସଂସ୍କୃତି ପ୍ରଚାର ପ୍ରସାର ଦିଗରେ କାର୍ଯ୍ୟ କରିବ ବୋଲି ଟ୍ରଷ୍ଟ ପକ୍ଷରୁ କୁହ।।ଇଛି । ଏହି ଭବ୍ୟ ମନ୍ଦିରର ନିର୍ମାଣ କାର୍ଯ୍ୟ ଆସନ୍ତା ୨୦୨୪ ମସିହା ସୁଦ୍ଧା ସଂପୂର୍ଣ୍ଣ ହେବାର ଲକ୍ଷ୍ୟ ରଖାଯାଇଛି ।

ଏହି ଟ୍ରଷ୍ଟ ୟୁକେରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ଆର୍ଥିକ ସହଯୋଗରେ ଗଠିତ ହୋଇଛି । ୪ ମିଲିୟନ ୟୁରୋପୀୟ ଡଲାର ବ୍ୟୟ ବହୁଳରେ ନିର୍ମାଣ ହେବାକୁ ଯାଉଥିବା ଏହି ବିଶାଳ ମନ୍ଦିର ନିମନ୍ତେ ପାଣ୍ଠି ସଂଗ୍ରହ କରିବା ପାଇଁ ଟ୍ରଷ୍ଟ ପକ୍ଷରୁ ମଧ୍ୟ ନିବେଦନ କରାଯାଇଛି ।

ବିଶ୍ୱର ବିଭିନ୍ନ ସ୍ଥାନରେ ବସବାସ କରୁଥିବା ଯେ କୈାଣସି ସହୃଦୟ ଜଗନ୍ନାଥ ପ୍ରେମୀ, କର୍ପୋରେଟ୍ ସଂସ୍ଥା, ନିଜ ସାମର୍ଥ୍ୟ ଅନୁଯାୟୀ ଦାନ କରିପାରିବେ ବୋଲି ମନ୍ଦିର ଟ୍ରଷ୍ଟ ପକ୍ଷରୁ କୁହାଯାଇଛି ଏବଂ ଏହି ଅଭିଯାନକୁ ସୁଦୃଢ଼ କରିବା ପାଇଁ ଟ୍ରଷ୍ଟ ପକ୍ଷରୁ ସମସ୍ତ ସହାୟତା ପ୍ରଦାନ କରାଯିବ ବୋଲି ପ୍ରକାଶ କରାଯାଇଛି ।

ଏହି ମନ୍ଦିର ମାଧ୍ୟମରେ ହିନ୍ଦୁ ଧର୍ମର ପ୍ରଚାର ହେବା ସହ, ଏହାକୁ ପ୍ରଭୁ ଜଗନ୍ନାଥଙ୍କ ସହ ଜଡ଼ିତ ଶିକ୍ଷାଗତ, ସାମାଜିକ, ସାଂସ୍କୃତିକ ଏବଂ ସେବା ମନୋଭାବନାର ଏକ ମୁଖଶାଳା ରୂପେ ପରିଗଣିତ ହେବ ବୋଲି ବିଶ୍ୱାସ ରହିଛି ।

ଏଥିସହିତ ଏକ ଇ-ପାଠାଗାର ମଧ୍ୟ ସ୍ଥାପନା କରାଯିବ ବୋଲି ଟ୍ରଷ୍ଟ ପକ୍ଷରୁ ସୂଚନା ମିଳିଛି ।

 

Comments are closed.