Latest Odisha News

ସୁଶାନ୍ତଙ୍କ ଟଙ୍କାକୁ ଖର୍ଚ୍ଚ କରୁଥିଲେ ରିୟା ଓ ସାମୁଏଲ୍‌

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ନାରକୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ଡ୍ରଗ୍ସ ଲିଙ୍କ ନେଇ ଖୋଳତାଡ କରୁଥିବା ବେଳେ ଏକ ନୂଆ ଖୁଲାସା କରିଛି ।

ଟାଇମ୍ସ ନାଓର ରିପୋର୍ଟ ମୁତାବକ ରିୟା ଚକ୍ରବର୍ତ୍ତୀ ଓ ସାମୁଏଲ୍ ମିରାଣ୍ଡା ମିଳିତ ଭାବେ ସୁଶାନ୍ତଙ୍କ ଟଙ୍କାକୁ ଖର୍ଚ୍ଚ କରୁଥିଲେ ବୋଲି ଏନସିବି ପ୍ରକାଶ କରିଛି ।

ସୁଶାନ୍ତଙ୍କ ଡେବିଟ୍ କାର୍ଡର ପିନ୍ ରିୟା ପାଖରେ ଥିବା ବେଳେ ନିଜ ଖର୍ଚ୍ଚ ପାଇଁ ରିୟା ଓ ସାମୁଏଲ୍ ତାଙ୍କ ଟଙ୍କାକୁ ଖର୍ଚ୍ଚ କରୁଥିଲେ ।

ସୂଚନାଯୋଗ୍ୟ, ନିକଟ ଅତୀତରେ ସୁଶାନ୍ତଙ୍କ ପିତା କେ କେ ସିଂହ ଗାର୍ଲଫ୍ରେଣ୍ଡ ରିୟା ବିରୋଧରେ ବିହାର ପୋଲିସ ପାଖରେ ଏଫଆଇଆର୍ ଦାଏର କରିଥିଲେ । ଏପରିକି ରିୟା ସୁଶାନ୍ତଙ୍କ ୧୫ କୋଟି ଟଙ୍କା ନେଇ ଯାଇଥିବା ଏବଂ ତାଙ୍କୁ ଆତ୍ମହତ୍ୟା ଲାଗି ଉସୁକାଇ ଥିବା ଭଳି ସଙ୍ଗୀନ ଅଭିଯୋଗ କରିଥିଲେ ।

ବଲିଉଡର ଚର୍ଚ୍ଚିତ ତଥା ସଫଳ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କର ଗତ ଜୁନ୍ ୧୪ ତାରିଖରେ ମୁମ୍ବାଇର ବାନ୍ଦ୍ରାସ୍ଥିତ ବାସଭବନରେ ମୃତ୍ୟୁ ହୋଇଥିଲା ।

Leave A Reply

Your email address will not be published.