Latest Odisha News

BREAKING NEWS

ସାମ୍ବାଦିକଙ୍କ ଉପରକୁ ହାତ ଉଠାଇବା ଘଟଣା: କ୍ଷମା ମାଗିଲେ କେନ୍ଦ୍ରାପଡା ଏସପି

କେନ୍ଦ୍ରାପଡା: କେନ୍ଦ୍ରାପଡା ଏସପି ନୀତି ଶେଖର ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ ହୋଇଛି । ଏସମ୍ପର୍କୀତ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସାମ୍ବାଦିକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ପ୍ରାପ୍ତ ସୂଚନାନୁଯାୟୀ ଆସନ୍ତା ଜୁଲାଇ ୨୦ରେ ହେବାକୁ ଥିବା ପାଟକୁରା ନିର୍ବାଚନ ଲାଗି ନିର୍ବାଚନୀ ପ୍ରଚାର ଜାରି ରହିଥିବାବେଳେ ଖବର ସଂଗ୍ରହ କରିବା ଲାଗି ଏକ ଘରୋଇ ଟିଭି ଚ୍ୟାନେଲର ଜନୈକ ସାମ୍ବାଦିକ ବୁଧବାର ଦିନ ସେଠାକୁ ଯାଇଥିଲେ । ଖବର ସଂଗ୍ରହ କରୁଥିବାବେଳେ ବାରିମୂଳ ହେଲିପ୍ୟାଡ୍ ନିକଟରେ କୌଣସି କାରଣବଶତଃ ଉକ୍ତ ସାମ୍ବାଦିକ ଜଣକ ଜଣେ ପୋଲିସ ବାବୁଙ୍କ ଆକ୍ରୋଶର ଶିକାର ହୋଇଥିବା ନେଇ ଅଭିଯୋଗ ହୋଇଥିଲା ।

ତେବେ ପରେ ଏହି ଘଟଣାରେ ସମ୍ପୃକ୍ତ ଏସପି ଜଣକ କ୍ଷମା ପ୍ରାର୍ଥନା କରିଥିବା ଜଣାପଡିଛି । ଏଥିସହିତ ସେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଏହି ଘଟଣାରେ କାହାକୁ ଆଘାତ ଦେବା ମୋର ଉଦ୍ଦେଶ୍ୟ ନଥିଲା । ପ୍ରବଳ ଭିଡକୁ ନିୟନ୍ତ୍ରଣ କରିବାକୁ ଯାଇ ଭୁଲବଶତଃ ଏଭଳି ହୋଇଯାଇଥିବା ନେଇ ସେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.