Latest Odisha News

ପାଟକୁରା ନିର୍ବାଚନ ଲାଗି ଆଜି ସରୁଛି ପ୍ରଚାର, ସରଗରମ ରାଜନୀତି

ଭୁବନେଶ୍ୱର : ଆଗାମୀ ଜୁଲାଇ ୨୦ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ପାଟକୁରା ବିଧାନସଭା ନିର୍ବାଚନ ଲାଗି ଗୁରୁବାର ଦିନ ନିର୍ବାଚନ ପ୍ରଚାର ଶେଷ ହେଉଛି ।

ନିର୍ବାଚନ କମିଶନଙ୍କ ଗାଇଡ୍ ଲାଇନ୍ ଅନୁଯାୟୀ ଆଜି ସନ୍ଧ୍ୟା ୫ଟା ସୁଦ୍ଧା ପାଟକୁରାରେ ରାଜନୈତିକ ଦଳଗୁଡିକର ନିର୍ବାଚନୀ ପ୍ରଚାର ସମାପ୍ତ ହେବ।

ସୂଚନଯୋଗ୍ୟ, ଏଥିଲାଗି ସବୁ ରାଜନୈତିକ ଦଳ ଜୋରଦାର୍ ପ୍ରଚାର ଜାରି ରଖିଛନ୍ତି । କିଛି ଦଳ ପାଟକୁରାରେ ଡେରା ପକାଇଥିବାବେଳେ ଗତକାଲି ବିଜେଡି ସୁପ୍ରିମୋ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ଲାଗି ଏକ ରୋଡ୍ ଶୋ’ ମଧ୍ୟ କରିଥିଲେ ।

ପାଟକୁରା ନିର୍ବାଚନ ଲାଗି ସମସ୍ତ ରାଜନୈତିକ ଦଳ ନିର୍ବାଚନ ପ୍ରଚାର ଲାଗି ହେଭିୱେଟ୍ ଷ୍ଟାର ପ୍ରଚାରକଙ୍କ ନାମ ଘୋଷଣା କରିଥିଲେ ।

Leave A Reply

Your email address will not be published.