Latest Odisha News

BREAKING NEWS

ଫିନଲାଣ୍ଡରେ ବ୍ରୋଞ୍ଜ ଜିତିଲେ ଓଡିଆ ସ୍ପ୍ରିଣ୍ଟର ଅମୀୟ

ଫିନଲାଣ୍ଡ: ଫିନଲାଣ୍ଡର ମୋଟୋନେଟ୍ ଜିପି ଲାପିନହତିରେ ଅନୁଷ୍ଠିତ ହୋଇଥିବା ୧୦୦ମିଟର ପୁରୁଷ ବର୍ଗ ଦୌଡ ପ୍ରତିଯୋଗୀତାରେ ଓଡିଶାର ଉଦୀୟମାନ ସ୍ପ୍ରିଣ୍ଟର୍ ଅମୀୟ କୁମାର ମଲ୍ଲିକ ବ୍ରୋଞ୍ଜ ପଦକ ଜିତିଛନ୍ତି ।

ସେ ୧୦.୫୫ ସେକେଣ୍ଡରେ କାଂସ୍ୟ ପଦକ ହାତେଇବା ସହ ଭାରତକୁ ପୁଣିଥରେ ଗୌରବାନ୍ୱିତ କରିଛନ୍ତି ।

ସୂଚନାଯୋଗ୍ୟ, ପୂର୍ବରୁ ୧୦୦ ମିଟର ଜାତୀୟ ରେକର୍ଡ଼ ପ୍ରତିଷ୍ଠା କରିଥିବା ଏହି ଧାବକଙ୍କୁ ଓଡ଼ିଶା ସରକାର ୨୦୧୮ରେ ବିଶ୍ୱସ୍ତରୀୟ କୋଚ୍ ତାୟିଓ ଆରିୟୋଙ୍କ ତତ୍ତ୍ୱବଧାନରେ ତାଲିମ ଲାଗି ଆମେରିକା ପଠାଇଥିଲେ ।

Leave A Reply

Your email address will not be published.