Latest Odisha News

BREAKING NEWS

ସୋଆରେ ପ୍ରତିଷ୍ଠା ହେବ ଐତିହ୍ୟ ଏବଂ ସଂସ୍କୃତି ପୁନରୁଦ୍ଧାର, ସଂରକ୍ଷଣ ଓ ପ୍ରଚାରପ୍ରସାର କେନ୍ଦ୍ର

ଭୁବନେଶ୍ୱର: ଓଡ଼ିଶାର ସମୃଦ୍ଧ ଐତିହ୍ୟ ଏବଂ ସଂସ୍କୃତିର ପୁନଃରୁଦ୍ଧାର, ସଂରକ୍ଷଣ ଓ ପ୍ରଚାରପ୍ରସାର ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପକ୍ଷରୁ ଏକ କେନ୍ଦ୍ର ଖୋଲାଯିବ । ବିଶ୍ୱବିଦ୍ୟାଳୟର ୧୩ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଏହି ଘୋଷଣା କରାଯାଇଛି ।

ଏହାର ନାମ ‘ସୋଆ ଐତିହ୍ୟ ଏବଂ ସଂସ୍କୃତି ପୁନଃରୁଦ୍ଧାର, ସଂରକ୍ଷଣ ଓ ପ୍ରଚାରପ୍ରସାର କେନ୍ଦ୍ର (ସୋଆ ସେଂଟର ଫର୍ ରେଷ୍ଟୋରେସନ୍, ପ୍ରିଜର୍ଭେସନ୍ ଆଣ୍ଡ ପ୍ରୋପାଗେସନ୍ ଅଫ୍ ହେରିଟେଜ୍ ଆଣ୍ଡ କଲ୍ଚର୍) ରଖାଯିବ ବୋଲି ପ୍ରତିଷ୍ଠା ପାଳନ ଦିବସ ଅବସରରେ ବିଶ୍ୱବିଦ୍ୟାଳୟ ପତାକା ଉତ୍ତୋଳନ କରିବା ପରେ ଘୋଷଣା କରିଛନ୍ତି ସୋଆ କୁଳପତି ପ୍ରଫେସର ଅମିତ ବାନାର୍ଜୀ ।

ରାଜ୍ୟର ପରମ୍ପରା ଏବଂ ସଂସ୍କୃତିକୁ ସଂରକ୍ଷଣ କରାଯିବା ସହ ଏହାର ଐତିହ୍ୟକୁ ପ୍ରୋତ୍ସାହନ ଦେବାର ଆବଶ୍ୟକତା ରହିଛି । ସେହିପରି ପ୍ରାଚୀନ ଭାଷା ଓ ସାହିତ୍ୟର ସଂରକ୍ଷଣ ଏବଂ ପ୍ରୋତ୍ସାହନ ଏହି ନୂଆ କେନ୍ଦ୍ରର ମୁଖ୍ୟ କାର୍ଯ୍ୟ ରହିବ ବୋଲି କୁଳପତି କହିଛନ୍ତି । ଏଥି ନିମନ୍ତେ ରାଜ୍ୟର ପ୍ରଖ୍ୟାତ ଶିକ୍ଷାବିତ ଏବଂ ବିଶେଷଜ୍ଞମାନଙ୍କର ସହଯୋଗ ନିଆଯିବ ବୋଲି ସେ କହିଛନ୍ତି ।

ସୋଆର ପ୍ରତିଷ୍ଠା ଦିବସ ଅବସରରେ ବିଭିନ୍ନ କ୍ୟାମ୍ପସରେ ବୃକ୍ଷରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଡିନ୍, ବରିଷ୍ଠ ଅଧିକାରୀ ଏବଂ କର୍ମକର୍ତାମାନେ ଯୋଗ ଦେଇଥିଲେ ।

ପ୍ରଫେସର ବାନାର୍ଜୀ କହିଥିଲେ ଯେ ଗତ ମେ ୩ରେ ଘଟିଯାଇଥିବା ପ୍ରଳୟଙ୍କରୀ ବାତ୍ୟା ‘ଫନି’ ଉପକୂଳ ଓଡ଼ିଶାର ସବୁଜିମାକୁ ଧ୍ୱସ୍ତବିଧ୍ୱସ୍ତ କରି ଦେଇଥିବା ପରିପ୍ରେକ୍ଷୀରେ ଏହି ସବୁଜିମାକୁ ପୁଣି ଥରେ ଉଜ୍ଜୀବିତ କରିବାର ଆବଶ୍ୟକତା ରହିଛି ।

ପ୍ରତିଷ୍ଠା ଦିବସ ଅବସରରେ ସୋଆର ସବୁ କର୍ମଚାରୀମାନଙ୍କୁ ନିଜ ଘରେ କିମ୍ବା ବିଶ୍ୱବିଦ୍ୟାଳୟ ପରିସରରେ କିମ୍ବା କୋ÷ଣସି ସାଧାରଣ ସ୍ଥାନରେ ଗୋଟିଏ ଗଛ ଚାରା ଲଗାଇବା ସହ ବୃକ୍ଷଟି କିପରି ସୁରକ୍ଷିତ ଭାବେ ବଢ଼ି ଉଠିବ ସେ ଦିଗରେ ଦୃଷ୍ଟି ଦେବାକୁ ଅନୁରୋଧ କରାଯାଇଥିବା ପ୍ରଫେସର ବାନାର୍ଜୀ କହିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରତି କର୍ମଚାରୀ ମାନଙ୍କର ଆଗ୍ରହର ସେ ପ୍ରଶଂସା କରିଥିଲେ । ସୋଆର ବିଭିନ୍ନ କ୍ୟାମ୍ପସ୍ରେ ଡିନ୍, ଫ୍ୟାକଲ୍ଟି, କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନେ ଚାରା ରୋପଣ କାର୍ଯ୍ୟରେ ସାମିଲ ହୋଇଥିଲେ ।

କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ପରିଚାଳିତ ନ୍ୟାସ୍୍ନାଲ ଇନ୍ଷ୍ଟିଚ୍ୟୁସ୍ନାଲ୍ ର‌୍ୟାଙ୍କିଙ୍ଗ ଫ୍ରେମ୍ୱାର୍କ (ଏନ୍ଆଇଆର୍ଏଫ୍) ତାଲିକାରେ ବିଶ୍ୱବିଦ୍ୟାଳୟ କାଟେଗୋରୀରେ ସୋଆ ଦେଶରେ୨୪ତମ ସ୍ଥାନ ହାସଲ କରିଛି ।

Leave A Reply

Your email address will not be published.