Latest Odisha News

ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି, ୧୩ ପ୍ରସ୍ତାବରେ ବାଜିଲା ମୋହର

ଭୁବନେଶ୍ବର : ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ୧୩ ପ୍ରସ୍ତାବକୁ ମୋହର ମାରିଛି କ୍ୟାବିନେଟ୍ । ଓଡ଼ିଶା ଇଲେକ୍ଟ୍ରିକାଲ ସର୍ଭିସ ଇଞ୍ଜିନିୟରିଂ କ୍ୟାଡର ପୁନର୍ଗଠିତ ହେବା ନେଇ ପ୍ରସ୍ତାବ ଉପରେ ମୋହର ବାଜିଛି । ଲୋ ଭୋଲଟେଜ ସମସ୍ୟା ଦୂର ପାଇଁ ୨୬୦କୋଟି ଟଙ୍କାର ପ୍ରକଳ୍ପ ଅନୁମୋଦିତ ହୋଇଛି । ରାଜ୍ୟରେ ଆସନ୍ତା ୩ ବର୍ଷରେ ୯୯ଟି ୩୩/୧୧ କେଭି ସବଷ୍ଟେସନ୍ ଏବଂ ୬୪ଟି ସ୍ବତନ୍ତ୍ର ୩୩କେଭି ଲାଇନ୍ ନିର୍ମାଣ ପାଇଁ ଆବଶ୍ୟକୀୟ ମଞ୍ଜୁରୀ ପ୍ରଦାନ କରାଯାଇଛି ।

ଆଦିବାସୀ ଅଧ୍ୟୁସିତ ୧୭ଟି ଜିଲ୍ଲାରେ ବସବାସ କରୁଥିବା ଜନଜାତି ଛାତ୍ରଛାତ୍ରୀଙ୍କ ନିଜସ୍ବ ମାତୃଭାଷାରେ ଗୁଣାତ୍ମକ ଶିକ୍ଷାଦାନ ପାଇଁ ୩୩୨୮ ଜଣ ବହୁଭାଷୀ ଶିକ୍ଷା ସହାୟକଙ୍କୁ ନିଯୁକ୍ତି ଦିଆଯାଇଥିଲା । ଯେଉଁ ବହୁଭାଷୀ ଶିକ୍ଷା ସହାୟକମାନେ ୩ ବର୍ଷ ନିରବଚ୍ଛିନ୍ନ ଭାବେ ସେବା ପ୍ରଦାନ କରିଥିବେ, ସେମନଙ୍କୁ କନିଷ୍ଠ ଶିକ୍ଷକ ଭାବରେ ପରିଗରତ କରାଯିବ । ସେହିପରି ଯେଉଁ ବହୁଭାଷୀ କନିଷ୍ଠ ଶିକ୍ଷକମାନେ ୩ ବର୍ଷ ନିରବଚ୍ଛିନ୍ନ ଭାବେ ସେବା ପ୍ରଦାନ କରିଥିବେ, ସେମାନେ ସହାୟକ ଶିକ୍ଷକ ହେବେ ବୋଲି ନିଷ୍ପତ୍ତି ନିଆଯାଇଛି ।

ଆନନ୍ଦପୁର ବ୍ୟାରେଜ୍ ପ୍ରକଳ୍ପର ସାଳନ୍ଦୀ ମୁଖ୍ୟ ବାମ ପାର୍ଶ୍ବ କେନାଲର ୯୮୦୩ ହେକ୍ଟର ଚାଷ ଜମିକୁ ଭୂତଳ ପାଇପ୍ ଦ୍ବାରା ଜଳସେଚନ କରିବା ପାଇଁ ମୋଟ୍ ୨୫୭ କୋଟି ୪୬ ଲକ୍ଷ ୪୮ ହଜାର ୩୮୪ ଟଙ୍କାର ଟେଣ୍ଡରକୁ ଅନୁମୋଦନ ମିଳିଛି । ସେହିପରି କଳାହାଣ୍ଡି ମ.ରାମପୁର ବ୍ଲକର ସାନ୍ଦୁଲ ନଦୀ ଉପରେ ବ୍ୟାରେଜ୍ ପ୍ରକଳ୍ପ ନିର୍ମାଣ ହେବ । ଏହି ପ୍ରକଳ୍ପ ହେବା ଦ୍ବାରା ଜିଲ୍ଲାର ମରୁଡି ପ୍ରବଣ ଅଞ୍ଚଳରେ ବିନା ବିସ୍ଥାପନରେ ମୋଟ ୫୦୦୦ ହେକ୍ଟର ଜମିକୁ ଜନସେଚନ କରାଯାଇପାରିବ । ଏହାଦ୍ବାରା ୨୯ଟି ଗାଁର ଚାଷୀ ଉପକୃତ ହେବେ ।

ପାରାଦୀପ ତୈଳ ବିଶୋଧନାଗାର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସ୍ବାକ୍ଷର ହୋଇଥିବା ମୁଝାମଣା ପତ୍ର ଅନୁଯାୟୀ ବିଦ୍ୟୁତ୍ ଶୁଳ୍କ ଛାଡ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଛି । ପୌର ଆଇନ ଓ ମହାନଗର ନିଗମ ଆଇନ ସଂଶୋଧିତ ହୋଇଛି । SCB ମେଡିକାଲ କଲେଜ ଡାକ୍ତରଙ୍କ କ୍ବାର୍ଟର୍ସ ପାଇଁ ୮୮୮ କୋଟି ଖର୍ଚ୍ଚ ହେବ । ୬୦୦ରୁ ଅଧିକ ଡାକ୍ତରଙ୍କ ପାଇଁ ୨ବର୍ଷରେ ସରିବ କ୍ବାର୍ଟର୍ସ ନିର୍ମାଣ କାମ ।

Leave A Reply

Your email address will not be published.