Latest Odisha News

BREAKING NEWS

ଆଜି ବାଜିବ ପଞ୍ଚାୟତ ନିର୍ବାଚନୀ ବିଗୁଲ, ଘୋଷଣା ହୋଇପାରେ ତାରିଖ

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବାଜିବ ବିଗୁଲ୍ । ଆଜି ଘୋଷଣା ହୋଇପାରେ ନିର୍ବାଚନ ତାରିଖ । ରାଜ୍ୟ ନିର୍ବାଚନ କମିଶନର ଆଜି ପ୍ରେସମିଟ୍ ଡାକିଛନ୍ତି । ଦିନ ସାଢ଼େ ୧୧ଟାରେ ପ୍ରେସମିଟ ଡାକିଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ । ଏଥିରେ ନିର୍ବାଚନ ତାରିଖ ଘୋଷଣା ହୋଇପାରେ ।

ଗତକାଲି ସର୍ବଦଳୀୟ ବୈଠକରେ ସବୁ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ ରାଜ୍ୟ ନିର୍ବାଚନ କମିଶନର । ପରେ ରାଜ୍ୟପାଳଙ୍କୁ ଭେଟିଥିଲେ । ପଞ୍ଚାୟତ ନିର୍ବାଚନ ନେଇ ରାଜ୍ୟପାଳଙ୍କୁ ଅବଗତ କରାଇଥିଲେ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ । ଏହାପରେ ଗୃହ ସଚିବ ଓ ପୋଲିସ ଡିଜିଙ୍କୁ ଭେଟିଥିଲେ ।

ରାଜ୍ୟ ନିର୍ବାଚନ କମିଶନରଙ୍କ ଗତକାଲିର ମାରାଥନ୍ କାର୍ୟ୍ୟକ୍ରମ ପରେ ଆଶା କରାଯାଉଥିଲା ଯେକୌଣସି ମୁହୂର୍ତ୍ତରେ ଘୋଷଣା ହୋଇପାରେ ପଞ୍ଚାୟତ ନିର୍ବାଚନ ତାରିଖ । ଯଦିଓ ବିରୋଧୀ କଂଗ୍ରେସ ଓ ବିଜେପି ସର୍ବଦଳୀୟ ବୈଠକରେ ଦୁଇ ମାସ ନିର୍ବାଚନକୁ ଘୁଞ୍ଚାଇବା ପାଇଁ ପ୍ରସ୍ତାବ ଦେଇଥିଲେ । କିନ୍ତୁ ବିଜେଡି ଓ ଅନ୍ୟ କିଛି ରାଜନୈତିକ ଦଳ ନିର୍ବାଚନ ସପକ୍ଷରେ ମତ ରଖିଥିଲେ ।

Leave A Reply

Your email address will not be published.