Latest Odisha News

BREAKING NEWS

ଆଜିଠୁ ମା’ ସମଲେଶ୍ୱରୀଙ୍କ ଦର୍ଶନ ବନ୍ଦ

ସମ୍ୱଲପୁର: କରୋନା ସଂକ୍ରମଣ ବଢୁଥିବାରୁ ବଢୁଛି କଟକଣା । ଆଜିଙ୍କୁ ଭକ୍ତଙ୍କ ପାଇଁ ବନ୍ଦ ରହିବ ସମ୍ୱଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ମନ୍ଦିର । କରୋନା ସଂକ୍ରମଣ ବଢୁଥିବାରୁ ସର୍ବସାଧାରଣ ଦର୍ଶନ ଉପରେ କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ । ଆସନ୍ତା ୩୧ ତାରିଖ ଯାଏ ସମଲେଶ୍ୱରୀଙ୍କ ମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିବ ।

ମନ୍ଦିରରେ କେବଳ କୋଭିଡ୍ ନିମୟ ଅନୁସାରେ ମା’ଙ୍କର ଦୈନନ୍ଦିନ ନୀତିକାନ୍ତି ଚାଲିବ । କେବଳ ମନ୍ଦିର ପୂଜା ମା’ଙ୍କର ପୂଜାର୍ଚ୍ଚନା କରିବେ । ସମ୍ୱଲପୁର ଜିଲ୍ଲାରେ ସଂକ୍ରମଣ ଦ୍ରୁତ ବଢୁଛି । ପଜିଟିଭିଟି ରେଡ୍ ଜୋନରେ ଅଛି ସମ୍ୱଲପୁର ଜିଲ୍ଲା । ଗତକାଲି ୫ଶହରୁ ଅଧିକ ନୂଆ ଆକ୍ରାନ୍ତ ବାହାରିଥିଲେ ।

Leave A Reply

Your email address will not be published.