Latest Odisha News

BREAKING NEWS

ପାଣି ସୁଅରେ ଫସିଲେ ମହିଳା

ଅନୁଗୁଳ : ବଢ଼ି ପାଣିରେ ଫସିଲେ ମହିଳା । ଦୀର୍ଘ ଦୁଇ ଘଣ୍ଟା କାଳ ପରିଶ୍ରମ କରି ଦମକଳ ବାହିନୀ ମହିଳାଙ୍କୁ ଉଦ୍ଧାର କରିଛି । ଅନୁଗୁଳ ସଦର ହୁଳୁରୁସିଂହା ଗାଁରେ ଏପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଲିଙ୍ଗରା ନାଳରେ ଆଜି ସକାଳୁ ବଢ଼ିପାଣିରେ ଜଣେ ମହିଳା ଫସି ଯାଇଥିଲେ । ମହିଳା ଜଣକ ଗାଧୋଇବା ପାଇଁ ଯିବା ସମୟରେ ଏପରି ଅଘଟଣ ଘଟିଛି ।

ଉପରେ ମୁଣ୍ଡରେ ଥିବା ଡେରେଜାଙ୍ଗ ପ୍ରୋଜେକ୍ଟର ଗେଟ୍ ଖୋଲିଦେବାରୁ ହଠାତ୍ ନାଳରେ ପାଣି ମାଡି ଆସିଥିଲା । ଫଳରେ ମଝି ନାଳରେ ଥିବା ଏକ ବଡ ପଥରେ ଉପରେ ମହିଳା ଜଣକ ଫସିଯାଇଥିଲେ।ଜୀବନ ବିକଳରେ ମହିଳା ଜଣକ ନିଜକୁ ବଞ୍ଚାଇବା ପାଇଁ ସାହାଯ ଖୋଜୁଥିବା ବେଳେ। ସାହାସିକତାର ସହ କିଛି ଯୁବକ ତାଙ୍କ ପାଖରେ ପହଁଚିଥିଲେ।

ହେଲେ ସେତେବେଳେ ନଦୀର ସ୍ରୋତ ଏତେ ଜୋର୍ ରେ ଥିଲା ଯେ ଯୁବକମାନେ ମଧ୍ୟ ନଆସିପାରି ଫସିଯାଇଥିଲେ । ଖବର ପାଇ ଅଗ୍ନୀସମ ବିଭାଗ ଘଟଣା ସ୍ଥଳରେ ପହଁଚି ପ୍ରଥମେ ଡେରେଜାଙ୍ଗ ପ୍ରୋଜେକ୍ଟର ଗେଟ୍ ବନ୍ଦ କରିଥିଲା । ପରେ ପାଣିର ସ୍ରୋତ ସାମାନ୍ୟ କମିଥିଲା। ଉଦ୍ଧାର କାରି ଡଙ୍ଗା ସାହାର୍ଯ୍ୟ ରେ ଅଗ୍ନିସମ ବିଭାଗ ମହିଳା ଓ ଯୁବକଙ୍କୁ ଉଦ୍ଧାର କରିଛି।

Leave A Reply

Your email address will not be published.