ଭୁବନେଶ୍ବର: କଂଗ୍ରେସ ପକ୍ଷରୁ ଜୁଲାଇ ୧୭ ତାରିଖରେ ହେବାକୁ ଥିବା ଓଡ଼ିଶା ବନ୍ଦ ନେଇ ରାଜ୍ୟ ଗୃହ ବିଭାଗ ସବୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି । ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଇଁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ଜରୁରୀକାଳୀନ ସେବା ପ୍ରଭାବିତ ନହେବା ଉପରେ ବିଶେଷ ଗୁରୁତ୍ୱ ଦେଇଛି।
ଫକୀର ମୋହନ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘଟଣାକୁ ବିରୋଧ କରି ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । କଂଗ୍ରେସ ଓ ଅନ୍ୟ ସମର୍ଥକ ଗୋଷ୍ଠୀଙ୍କ ପକ୍ଷରୁ ଘୋଷିତ ଏହି ବନ୍ଦ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ।
ଓଡ଼ିଶା ବନ୍ଦ ପାଇଁ ରାଜ୍ୟ ସରକାର ବୁଧବାର ସନ୍ଧ୍ୟାରେ ବୈଠକ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉପମୁଖ୍ୟମନ୍ତ୍ରୀ, ଅନ୍ୟମନ୍ତ୍ରୀ, ବିଧାୟକ, ବିଜେପି ରାଜ୍ୟ ସଭାପତି ଉପସ୍ଥିତ ଥିଲେ। ବିରୋଧୀଙ୍କୁ କାଉଣ୍ଟର ଆଟାକ୍ କରିବାକୁ ନେଇ ଆଲୋଚନା ହୋଇଥିା ସୂଚନା ରହିଛି ।
Comments are closed.