Latest Odisha News

ଅଦରକାରୀ ଆଇନ ଖୋଜିବ ଲ’ କମିଶନ

ଭୁବନେଶ୍ବର: ରାଜ୍ୟରେ ଅନାବଶ୍ୟକ ଏବଂ ଅଦରକାରୀ ଆଇନକୁ ଖୋଜିବାହାର କରିବ ଲ’ କମିଶନ । ରାଜ୍ୟର ବିଭିନ୍ନ ନୀତି ନିୟମର ତର୍ଜମା କରିବା ସହ ଆବଶ୍ୟକୀୟ ସଂଶୋଧନ କରିବ ଲ’ କମିଶନ । ଲ’ କମିଶନର ଗଠନ ନେଇ କିଛି ଏପରି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।

ତେବେ ରାଜ୍ୟ ସରକାର ଓଡ଼ିଶା ଷ୍ଟେଟ ଲ’ କମିଶନର ଗଠନ କରିଛନ୍ତି । ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ବିଶ୍ୱନାଥ ରଥଙ୍କୁ ଲ’ କମିଶନ ଅଧ୍ୟକ୍ଷ ଭାବେ ନିଯୁକ୍ତି କରାଯାଇଛି । ଏହାକୁ ନେଇ ସମସ୍ତ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି, ସୁଶାସନ ପ୍ରତିଷ୍ଠା ପାଇଁ ଲ’କମିଶନର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ । ଲ’ କମିଶନରେ ଜଣେ ଆଇନ ଶିକ୍ଷା ପ୍ରଫେସରଙ୍କୁ ମଧ୍ୟ ସଦସ୍ୟ ଭାବେ ସାମିଲ କରାଯିବ । ଯିଏ ବିଭିନ୍ନ ନୀତି ନିୟମର ତର୍ଜମା କରିବା ସହ ଆବଶ୍ୟକୀୟ ସଂଶୋଧନ କରାଇବାରେ ସହାୟକ ହେବ । ଅଦରକାରୀ ଆଇନକୁ ଖୋଜିବାହାର କରିବା, ଦରକାରୀ ନିୟମର ପରିବର୍ତ୍ତନ, ଆବଶ୍ୟକୀୟ ସଂଶୋଧନ କରିବା, ଅନାବଶ୍ୟକ ଆଇନ ବାହାର କରି ସରକାରଙ୍କୁ ସୁପାରିସ କରିବା ଭଳି କାମ ଏହି ଲ’ କମିଶନ କରିବ ।

ସେ ଆହୁରି ମଧ୍ୟ କହିଛନ୍ତି, ଲ’ କମିଶନ ରାଜ୍ୟରେ କମିଶନର ଆବଶ୍ୟକତା ଥିଲା ।  ୨୦୧୮ ମସିହା ପରଠୁ ରାଜ୍ୟ ସରକାର ଉଚିତ ମଣି ନଥିଲେ।  ଏବେ ଏହି କମିଶନ ରାଜ୍ୟର ବିଭିନ୍ନ ନୀତିନିୟମର ତର୍ଜମା କରିବ ।  ଦରକାରୀ ନିୟମର ପରିବର୍ତ୍ତନ କରିବ, ଆବଶ୍ୟକୀୟ ସଂଶୋଧନ କରିବ । ଅନାବଶ୍ୟକ ଆଇନକୁ ଖୋଜି ବାହାର କରିବା, ତର୍ଜମା କରି କମିଶନ ରାଜ୍ୟ ସରାକରଙ୍କୁ ସୁପାରିଶ କରିବେ କମିଶନ । ଏହାଉପରେ ପରବର୍ତ୍ତୀ ସମୟରେ ଉପଯୁକ୍ତ  ନିଷ୍ପତ୍ତି ରାଜ୍ୟ ସରକାର ନେବେ। ସୁଶାସନ ପ୍ରତିଷ୍ଠା ପାଇଁ ଏହାର ଭୂମିକା ଗୁରୁତ୍ୱପୂର୍ଣ୍ଣ।  କେନ୍ଦ୍ର ଢାଞ୍ଚାରେ ରାଜ୍ୟରେ ଏହାର ଆବଶ୍ୟକତା ଥିଲା।  ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ କମିଶନ ଗଠିତ ହୋଇଛି ବୋଲି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ।

Leave A Reply

Your email address will not be published.