Latest Odisha News

BREAKING NEWS

prevent illegal paddy movement: ଧାନ ଚୋରି ରୋକିବାକୁ ମୟୂରଭଞ୍ଜ ସୀମାରେ ହେବ ଚେକ୍ ପୋଷ୍ଟ

ମୟୂରଭଞ୍ଜ: ମୟୂରଭଞ୍ଜ ସୀମାରେ ଧାନ ଚୋରି ରୋକିବାକୁ ଚେକ୍ ପୋଷ୍ଟ ହେବ । ସୀମାରେ ଚେକ୍‌ ପୋଷ୍ଟ ଲଗାଇବାକୁ ଏସ୍‌ପିଙ୍କୁ ଚିଠି ଲେଖିଛନ୍ତି ଜିଲ୍ଲାପାଳ । ଧାନର ବେଆଇନ ପରିବହନ ରୋକିବାକୁ ସୀମାକୁ ସିଲ୍ କରାଯାଇଥିବା ଉକ୍ତ ଚିଠିରେ ଲେଖାଯାଇଛି ।

ସୂଚନାଥାଉକି, ବର୍ତ୍ତମାନ ୨୦୨୫-୨୬ ବର୍ଷ ଖରିଫ ଧାନ ସଂଗ୍ରହ ଚାଲିଛି । ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗକୁ ବେଆଇନ ଧାନ ଚାଲାଣ ଆଶଙ୍କାରେ ଏପରି କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି।

ଏଥିସହିତ ପୂର୍ବରୁ ସୀମାରେ ପ୍ରଶାସନ ପକ୍ଷରୁ ସିସିଟିଭି ଲଗାଯାଇଛି।

Leave A Reply

Your email address will not be published.