Latest Odisha News

BREAKING NEWS

ଏସଟିଏଫ୍ ପଞ୍ଝାରେ ପୁଣି ବାଘ ଶିକାରୀ: ଡିଲ୍ ବେଳେ ବାଘ ଛାଲ ଓ ବନ୍ଧୁକ ସହ ଗିରଫ

ବୌଦ୍ଧ: ରାଜ୍ୟରେ ବଢ଼ି ଚାଲିଛି ବାଘ ଶିକାର । ପୁଣି ଜଣେ ଶିକାରୀକୁ ବାନ୍ଧିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ କପାଶିରା ଗାଁ ନିକଟରୁ ଜଣେ ଶିକାରୀଙ୍କୁ ଗିରଫ କରାଯାଇଛି । ତାଙ୍କ ନାଁ ହର ରଣା ଓ ଘର କଣ୍ଟାମାଳ ଥାନା ଅନ୍ତର୍ଗତ ଘୁଚିଙ୍ଗି ଗାଁରେ । ଡିଲ୍ ବେଳେ ହରକୁ ମାଡ଼ି ବସିଥିଲା ଏସଟିଏଫର ସ୍ୱତନ୍ତ୍ର ଟିମ୍ । ତାଙ୍କ ନିକଟରୁ କଲରାପତରିଆ ବାଘ ଛାଲ, ଗୋଟିଏ ଦେଶୀ ବନ୍ଧୁକ, ଗୁଳି ସମେତ ଅନ୍ୟାନ୍ୟ ଜିନିଷ ଜବତ ହୋଇଛି ।

ବିଶେଷସୂତ୍ରରୁ ବାଘ ଛାଲ ଡିଲ୍ ସମ୍ପର୍କରେ ଏସଟିଏଫକୁ ସୂଚନା ମିଳିଥିଲା । ଏହାପରେ କପାଶିଲା ଗାଁ ନିକଟରେ ମୂଲଚାଲ ବେଳେ ରେଡ୍ ହୋଇଥିଲା । ଜବତ ବାଘ ଛାଲର କେମିକାଲ୍ ପରୀକ୍ଷଣ ପାଇଁ ଡେରାଡୁନକୁ ପଠାଯିବ । ଏହି ଘଟଣାରେ ଆଉ କାହାର ସଂପୃକ୍ତି ରହିଛି କି ? ରାଜ୍ୟ ବାହାରକୁ ଚାଲିଣ ହେଉଥିଲା କି ବାଘ ଛାଲ ? ଅଧିକ ଖୋଳତାଡ ଜାରି ରଖିଛି ଏସଟିଏଫ୍ ।

ଗତବର୍ଷେ ଭିତରେ ସ୍ପେଶାଲ୍ ଡ୍ରାଇଭ ଜରିଆରେ ଏସଟିଫ୍ ୧୫ଟି ବାଘ ଛାଲ, ୯ଟି ହାତୀ ଦାନ୍ତ, ୨ଟି ହରିଣ ଛାଲ ଜବତ କରିଛି । ୩ଟି ଜୀବନ୍ତ ବଜ୍ରକାପ୍ତା ବି ଉଦ୍ଧାର ହୋଇଛି । ମୋଟ୍ ୨୮ ଜଣ ବନ୍ୟପ୍ରାଣୀ ଅପରାଧୀଙ୍କୁ ଗିରଫ କରାଯାଇଛି ।

Leave A Reply

Your email address will not be published.