Latest Odisha News

BREAKING NEWS

ଜୁନ୍ ୨ରେ ରୁଷିଆରୁ ଫେରିବେ ଓଡ଼ିଶାର ଛାତ୍ରଛାତ୍ରୀ

ଭୁବନେଶ୍ୱର: ଓଡ଼ିଶାର ଛାତ୍ରଛାତ୍ରୀମାନଙ୍କୁ ଧରି ଜୁନ୍ ୨ ତାରିଖରେ ରୁଷିଆରୁ ଏକ ସ୍ୱତନ୍ତ୍ର ବିମାନ ଭୁବନେଶ୍ୱର ପହଞ୍ଚିବ ।

ଏସମ୍ପର୍କରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ ସୂଚନା ପ୍ରଦାନ କରି କହିଛନ୍ତି ଯେ, ବନ୍ଦେ ଭାରତ ମିଶନ ଅନ୍ତର୍ଗତ ଏକ ସ୍ୱତନ୍ତ୍ର ଏୟାର୍ ଇଣ୍ଡିଆ କେୟାର୍ସ ଫ୍ଲାଇଟ୍ ଦିଲ୍ଲୀରୁ ମସ୍କୋ ଅଭିମୁଖେ ଜୁନ୍ ୨ ତାରିଖ ଦିନ ସକାଳ ୬ଟା ୪୦ରେ ଯିବ । ମସ୍କୋରୁ ଏହା ଦିଲ୍ଲୀରେ ସେହିଦିନ ସନ୍ଧ୍ୟା ୮ଟା ୪୫ରେ ପହଞ୍ଚିବ ।

ଅଧିକ ପଢନ୍ତୁ – ଜୁନ୍ ୧ରୁ ଓଡିଶାରେ ସ୍ୱାଭାବିକ ହେବ ବସ୍ ସେବା: ମନ୍ତ୍ରୀ

ଦିଲ୍ଲୀରୁ ଗୌହାଟୀରେ ରାତି ୧୨ଟା ୩୦ରେ ପହଞ୍ଚିବ । ଆସାମ ଛାତ୍ରଛାତ୍ରୀମାନଙ୍କୁ ସେଠାରେ ଓହ୍ଲାଇ ଦେଇ ଭୁବନେଶ୍ୱରରେ ଏହି ବିମାନ ରାତି ୩ଟାରେ ପହଞ୍ଚିବ ।

ଅଧିକ ପଢନ୍ତୁ: କରୋନା ଯୋଦ୍ଧାଙ୍କ ତ୍ୟାଗ ଓ ସାହସକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଏଠାରେ ଉଲ୍ଲେଖଯୋଗ୍ୟ, ଏହି ବନ୍ଦେ ଭାରତ ମିଶନରେ ୩୦୦ରୁ ଅଧିକ ଅଣ ଓଡ଼ିଆ ଛାତ୍ରଛାତ୍ରୀ ଦୁବାଇରୁ ଦୁଇଟି ବିମାନରେ ଓହ୍ଲାଇଛନ୍ତି । ଗୋଟିଏ ବିମାନ ଆବୁଧାବିରୁ ଆସିଥିବା ବେଳେ ଅନ୍ୟ ବିମାନଟି ମାଲେସିଆରୁ ଆସିଛି ।

Leave A Reply

Your email address will not be published.