Latest Odisha News

BREAKING NEWS

କରୋନା ଯୋଦ୍ଧାଙ୍କ ତ୍ୟାଗ ଓ ସାହସକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କରୋନା ଯୋଦ୍ଧାଙ୍କ ସହ ଟେଲିଫୋନ ଯୋଗେ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକଙ୍କ ସେବା କରିବାବେଳେ ଯେଉଁ ସରପଂଚ, ଆଶା ଓ ଅଙ୍ଗନୱାଡି କର୍ମୀ କରୋନାରେ ସଂକ୍ରମିତ ହୋଇଛନ୍ତି ସେମାନ ଙ୍କ ସହ ନବୀନ କଥା ହୋଇଛନ୍ତି । ସଂପୃକ୍ତ କରୋନା ଯୋଦ୍ଧାଙ୍କୁ ପ୍ରଂଶସା କରିବା ସହ ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ସେମାନେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ । ନିଜ ଜୀବନକକୁ ପାଣି ଛଡ଼ାଇ ଲୋକଙ୍କ ସେବା କରୁଥିବା ଯୋଦ୍ଧାଙ୍କୁ ନବୀନ ପ୍ରଶଂସା କରିଛନ୍ତି । ସଙ୍କଟ ସମୟରେ ଅସହାୟଙ୍କ ନିକଟରେ ଛିଡ଼ା ହୋଇଥିବା ଲୋକେ ଆଜି କରୋନା ସହ ଜୁଝୁଛନ୍ତି । ଘର ପରିବାର କଥା ଚିନ୍ତା ନକରି ନିଜର ନିସ୍ୱାର୍ଥପର ସେବା ପାଇଁ ସେମାନେ କରୋନାରେ ସଂକ୍ରମିତ ହୋଇଛନ୍ତି ।

Leave A Reply

Your email address will not be published.