Latest Odisha News

BREAKING NEWS

ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ପଦ ଛାଡ଼ିଲେ ସୁବ୍ରତ ବାଗଚି

ଭୁବନେଶ୍ୱର: ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ପଦ ଛାଡ଼ିଛନ୍ତି ସୁବ୍ରତ ବାଗଚୀ । ଏନେଇ ସୁବ୍ରତ ବାଗଚୀ ଗୁରୁବାର ଟ୍ୱିଟ୍ କରି ଲେଖିଛନ୍ତି, ୭ ବର୍ଷର ଗୌରବମୟ ଯାତ୍ରା ପରେ ବ୍ୟକ୍ତିଗତ କାରଣ ପାଇଁ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ପଦ ଛାଡ଼ୁଛି ।

ବାଗଚୀ ଅଧ୍ୟକ୍ଷ ପଦ ଛାଡ଼ିବା ସହ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଦାୟିତ୍ୱରେ ଥିବା ସମୟରେ ତାଙ୍କୁ ବିଶ୍ୱାସ ଓ ଭରସାକୁ ନେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ବାଗଚୀଙ୍କ ପରେ ୱାର୍ଲ୍ଡ ସ୍କିଲ୍ ସେଣ୍ଟରର ସିଇଓ ହୋଇଛନ୍ତି ଅଳକା ମିଶ୍ର । ଏଥି ସହ ଅଳକା ମିଶ୍ର ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଦାୟିତ୍ୱ ତୁଲାଇବେ । ବାଗଚୀ, ଅଳକା ମିଶ୍ରଙ୍କୁ ଶୁଭେଚ୍ଛା ଜଣାଇ ସେ ନୂଆ ଶିଖର ଛୁଇଁବେ ବୋଲି ଆଶାବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.