Latest Odisha News

BREAKING NEWS

ମଦୁଆ ଶିକ୍ଷକଙ୍କ ଚାକିରି ଗଲା; ମଦ ପିଇ ଦେଉଥିଲେ ପିଲାଙ୍କୁ ଦଣ୍ଡ !

ଯାଜପୁର: ଜଣେ ମଦୁଆ ଶିକ୍ଷକଙ୍କୁ ତାଙ୍କ ବେପରୁଆ ଢଙ୍ଗ ପାଇଁ ନିଜ ଚାକିରି ହରେଇବାକୁ ପଡ଼ିଛି । ଏହି ଅଭିଯୁକ୍ତ ଶିକ୍ଷକ ଜଣକ ଡୁ୍ୟଟି ସମୟରେ ମଦ୍ୟପାନ କରି କୁନିକୁନି ପିଲାମାନଙ୍କୁ ସ୍କୁଲ ପରିସର ବାହାରେ ଦେଉଥିଲେ କଠିନ ଦଣ୍ଡ । ନିଜର ହିତାହତ ଜ୍ଞାନ ଭୁଲି କୋମଳମତି ଛାତ୍ରଛାତ୍ରୀଙ୍କୁ ଏପରି ନିର୍ଯ୍ୟାତନା ଦେଇଥିବା ଯୋଗୁଁ ତାଙ୍କ ମଦ୍ୟପ ଗୁରୁଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି ଘଟଣାଟି ଘଟିଛି ଯାଜପୁର ଜିଲ୍ଲା ସୁକିନ୍ଦା ଅନ୍ତର୍ଗତ ଲେମ୍ବୋ ପଞ୍ଚାୟତରେ ଥିବା ବଳିଆ ପ୍ରାଥମିକ ବିଦ୍ୟାଳୟରେ ।

ମିଳିଥିବା ସୂଚନାନୁଯାୟୀ, ଅଭିଯୁକ୍ତ ଶିକ୍ଷକ ମକରନ୍ଦ ମହନ୍ତ ସ୍କୁଲ ସମୟ ମଧ୍ୟରେ ମଦପିଇ ପିଲାଙ୍କୁ ସ୍କୁଲ ବାହାରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଆଣ୍ଠେଇ ଦେଇଥିବାର ଅଭିଯୋଗ ହୋଇଛି ।

ଶିକ୍ଷକ ଜଣକ ସେହିସମୟରେ ଏତେମାତ୍ରାରେ ମଦ୍ୟପାନ କରିଥିଲେ ଯେ, ନିଜ ମୋଟରସାଇକେଲଟିକୁ ମଧ୍ୟ ଠିକ୍ ଭାବେ ଷ୍ଟାଣ୍ଡ୍ କରିପାରିନଥିଲେ ।
ଶିକ୍ଷକ ଜଣକ ମଦ୍ୟପାନ କରି ସ୍କୁଲ ପରିସର ମଧ୍ୟରେ ଯେଉଁପରି ଭାବେ ହୁଲସ୍ତୁଲ୍ କରୁଥିଲେ ତାହାର ଭିଡ଼ିଓ ଚିତ୍ର କେହି ଗ୍ରାମବାସୀ ଉତ୍ତୋଳନ କରିଦେଇଥିଲେ । ଏହି ଭିଡ଼ିଓଟି ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇ ଚର୍ଚ୍ଚାର ମୁଖ୍ୟ କେନ୍ଦ୍ରବିନ୍ଦୁ ପାଲଟିଛି ।

ମଦ ନିଶାରେ ଚୁର୍ ହୋଇ କିପରି ମୋଟରସାଇକେଲ୍ ସହିତ ଶିକ୍ଷକ ଜଣକ କଥାବାର୍ତ୍ତା କରୁଛନ୍ତି ତାହାର ଭିଡ଼ିଓ ଚିତ୍ର ଏବେ ସୋସିଆଲ୍ ମିଡ଼ିଆରେ କୌତୁହଳ ସୃଷ୍ଟି କରିଛି ।

ଏସମ୍ପର୍କରେ ଅବଗତ ହେବାପରେ ଗୁରୁବାର ଦିନ ବ୍ଲକ୍ ଶିକ୍ଷାଧିକାରୀ ସ୍କୁଲକୁ ଆସି ମଦ୍ୟପ ଶିକ୍ଷକଙ୍କୁ ଚାକିରିରୁ ଅବ୍ୟାହତି ଦେଇଛନ୍ତିି ।

Leave A Reply

Your email address will not be published.