Latest Odisha News

BREAKING NEWS

ଉଦଯାପିତ ହେଲା କୋଣାର୍କ ଉତ୍ସବ; ମନ ମୋହିନେଲା ଓଡ଼ିଶୀ ଓ ଭାରତନାଟ୍ୟମର ପୌରାଣିକ ଗାଥା

କୋଣାର୍କ: ଶାସ୍ତ୍ରୀୟ ନୃତ୍ୟର ମହାକୁମ୍ଭ କୋଣାର୍କ ଉତ୍ସବର ପାଞ୍ଚ ଦିନ ବ୍ୟାପି କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ରାଜ୍ୟ ପର୍ଯ୍ୟଟନ ବିଭାଗ ଆୟୋଜିତ କୋଣାର୍କ ଉତ୍ସବର ଉଦ୍ୟାପନୀ ସଂଧ୍ୟାରେ ଶାସ୍ତ୍ରୀୟ ଭାରତନାଟ୍ୟମ ଓ ଓଡିଶୀ ନୃତ୍ୟନାଟିକାରେ ପୂରାଣର ପ୍ରସଙ୍ଗ ମଞ୍ଚାୟିତ ହୋଇଛି ଯାହା ଦର୍ଶକଙ୍କୁ ପୁରାଣ ମନସ୍କ କରିଛି । ବିଶ୍ୱ ଐତିହ୍ୟ ଅର୍କକ୍ଷେତ୍ର ସୂର୍ଯ୍ୟ ମନ୍ଦିର ପାଦଦେଶରେ ଶାସ୍ତ୍ରୀୟ ନୃତ୍ୟର ପରିପାଟି ଓ ଉପସ୍ଥାପନାକୁ ନେଇ ନୃତ୍ୟମୁଖର ମୁକ୍ତାକାଶ ମଞ୍ଚରୁ ଝରି ପଡୁଥିଲା ଗୀତ-ବାଦ୍ୟ ଓ ନୃତ୍ୟର ରସଯୁକ୍ତ ସଲିଳ । ଆଲୋକ ମାଳାରେ ସଜାଇ ହୋଇଥିବା ପରିସରଟି କୁଳବଧୁ ପରି ପ୍ରତିୟମାନ ହୋଇଥିଲା । ଲାଗୁଥିଲା ସତେ ଯେପରି ଅବସନ୍ତରେ ବି କୋଣାର୍କରେ ବସନ୍ତର ରାଜୁତି ଚାଲିଛି । ଏହିପରି ଏକ ଦୃଶ୍ୟପଟ୍ଟରେ ଶାସ୍ତ୍ରୀୟ ନୃତ୍ୟ ଭାରତନାଟ୍ୟମର ବିବିଧ ସ୍ତବକକୁ ନେଇ ମଞ୍ଚ ପ୍ରବେଶ କରିଥିଲେ ସୁବଖ୍ୟାତ ଗୁରୁ ବୈଭବ ଆରେକର ଓ ସାଥୀ ।

ପ୍ରଥମ ପ୍ରସ୍ତୁତିରେ ଅର୍କ କ୍ଷେତ୍ରର ଆରଧ୍ୟ ଆଦିତ୍ୟ ନାରାୟଣଙ୍କ ଉପାସନା ଆଧାରିତ ସୂର୍ଯ୍ୟ ସ୍ତୃତିର ନିବେଦନ ପରେ ପରେ ଯତିଶ୍ୱରମ୍ ଉପସ୍ଥାପିତ ହୋଇଥିଲା । ଭାରତନାଟ୍ୟମ୍ ନୃତ୍ୟର ବ୍ୟାକରଣ ଆଧାରିତ ତାଳ-ଲୟ-ମାନ ଓ ଗତିଶୀଳତାର ମଧୁର ସମନ୍ୱୟକ ତୋଳି ଧରିଥିଲା ଯତିଶ୍ୱରମ୍ ର ସଂଯୋଜନା । ଅନ୍ତିମ ପ୍ରସ୍ତୁତିରେ ବୈଭବ ଆରେକର୍ କବିରାଜ ଜୟଦେବଙ୍କ ଶ୍ରୀ ଗୀତଗୋବିନ୍ଦମ୍ କାବ୍ୟ ଅର୍ନ୍ତଗତ ଦଶାବତାରକୁ ନିଖୁଣ ଭାବେ ଉପସ୍ଥାପନ କରି ମୋହିତ କରିଥିଲେ ନୃତ୍ୟାନୁରାଗୀ ଦର୍ଶକଙ୍କୁ ।

ଦ୍ୱିତୀୟ ଚରଣରେ ହରିବଂଶ ମହାପୁରାଣର ଗାଥା ହଂସଦୂତ ନୃତ୍ୟନାଟିକାକୁ ମଞ୍ଚସ୍ତ କରିଥିଲେ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ରର ଶିଳ୍ପୀଗଣ । ହଂସକୁ ଦୂତରୂପେ ପ୍ରେରଣ କରି ଦେବରାଜ ଇନ୍ଦ୍ର ନିଜ ଇନ୍ଦ୍ରପଦକୁ ସୁରକ୍ଷିତ ରଖିବା ସହ ବଜ୍ରନାଭର ଦର୍ପକୁ ଚୁର୍ଣ୍ଣ କରିବାର ପ୍ରସଙ୍ଗକୁ ଅତି ଆବେଗପୂର୍ଣ୍ଣ ଓ ବଳିଷ୍ଠ ଭାବେ ମଞ୍ଚସ୍ଥ କରିଥିଲେ ଗବେଷଣା କେନ୍ଦ୍ରର ଶିଳ୍ପୀଗଣ । ଡ.ସଂଗୀତା ଗୋସାଇଁଙ୍କ ପରିକଳ୍ପନା ଓ ଗୁରୁ ସଦାଶିବ ପ୍ରଧାନଙ୍କ ରଚନାକୁ ନେଇ ଗୁରୁ ସ୍ୱପ୍ନେଶ୍ୱର ଚକ୍ରବର୍ତିଙ୍କ ସଗୀତ ଓ ଗୁରୁ ସଚ୍ଚିଦାନନ୍ଦ ଦାସଙ୍କ ତାଳ ରଚନା ଆଧାରରେ ନୃତ୍ୟ ସଂଯୋଜନା ରଖିଥିଲେ ଗୁରୁ ଶ୍ରୀମତି କସ୍ତୁରୀ ପଟ୍ଟନାୟକ ।

ବାଲୁକା ମହୋସôବର ଅନ୍ତିମ ଦିବସରେ ମନ୍ଦିର ଓ କିର୍ତ୍ତିରାଜିର କୁ ନେଇ ବାଲୁକା ଶିଳ୍ପୀମାନେ ନିଜ ନିଜର ନିଖୁଣ କଳା ଚାତୁରିକୁ ନେଇ ବାଲିରେ ନିଜର କଳା ନୈାପନ୍ୟ ପ୍ରଦର୍ଶିତ କରିଥିଲେ । ଏହି ବାଲୁକାକଳା ଦେଖିବା ପାଇଁ ଚନ୍ଦ୍ରଭାଗା ବେଳାଭୁମୀରେ ପର୍ଯ୍ୟଟକଙ୍କ ନାହିଁ ନଥିବା ଭିଡ ପରିଲିକ୍ଷିତ ହୋଇଥିଲା ।

ଅଧ୍ୟାପକ ଡ. ମୃତ୍ୟୁଞ୍ଜୟ ରଥ ଓ ଡ. ସାଧନା ଶ୍ରୀବାସ୍ତବଙ୍କ ମଂଚ ସଯୋଜନାରେ ପ୍ରସ୍ତୁତ ଉଦ୍ୟାପନୀ ସମାବେଶରେ ଆର୍ନ୍ତଜାତୀୟ ବାଲୁକା କଳାର କୃଥି ଶିଳ୍ପୀମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ସଂଧ୍ୟାର ଅତିଥି ଭାବେ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ – ଗଜପତି ମହାରାଜ ଶ୍ରୀ ଦିବ୍ୟସିଂହ ଦେବ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶ ଦାତା ଆର. ବାଲ୍କ୍ରିଷ୍ଣନ୍, ସଂସ୍କୃତି ବିଭାଗର ପ୍ରମୁଖ ସଚିବ ମନୋରଞ୍ଜନ ପାଣୀଗ୍ରାହି, ପର୍ଯ୍ୟଟନ ସଚିବ ବିଶାଲ ଦେବ, ଇପିକଲ୍ ପରିଚାଳନା ନିଦେ୍ର୍ଧଶକ ନିତିନ ଭାନୁଦାସ ଜାୱଲେ । ନିଦେ୍ର୍ଧଶକ ପର୍ଯ୍ୟଟନ ସଚ୍ଚିନ ରାମଚନ୍ଦ୍ର ଜାଦବ । ପର୍ଯ୍ୟଟନ ବିଭାଗର ବରିÂ ଅଧିକାରୀ ଉପôଳ ପତି ଓ ରତିକାନ୍ତ ପଟ୍ଟନାୟକ, ବିଜୟ କୁମାର ଜେନା, ସରୋଜ କାନ୍ତ ପ୍ରଧାନଙ୍କ କର୍ଯ୍ୟକ୍ରମର ପରିଚାଳନାରେ ସହଯୋଗ କରିଥିଲେ ଏବଂ ସୁଶାନ୍ତ କୁମାର ପାଣିଗ୍ରାହୀ ଓ ବିଷ୍ଣୁ ପ୍ରସାଦ ସିଂହ ଗଣ ମାଧ୍ୟମକୁ କାର୍ଯ୍ୟକ୍ରମର ତଥ୍ୟ ଯୋଗାଇବାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.