ଭୁବନେଶ୍ବର: ଉନ୍ନତ ଚିକିତ୍ସା ପାଇଁ ଆଜି ଭୁବନେଶ୍ବର ବିମାନବନ୍ଦରରୁ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ ହୋଇଥିଲେ ବଳଙ୍ଗା ପୀଡ଼ିତା। ପୀଡ଼ିତାଙ୍କୁ ଗ୍ରୀନ କରିଡ଼ରରେ ଏୟାରପୋର୍ଟ ନିଆଯାଇଥିଲା। ଦିଲ୍ଲୀ ଏମ୍ସରେ ପୀଡିତାଙ୍କ ଚିକିତ୍ସା କରୁଛନ୍ତି ସ୍ବତନ୍ତ୍ର ଡାକ୍ତରୀ ଟିମ୍। ତେବେ ପୀଡ଼ିତାଙ୍କ ସ୍ଵାସ୍ଥ୍ୟବସ୍ଥାକୁ ନେଇ ଅପଡେଟ୍ ଜାରି କରିଛି ଦିଲ୍ଲୀ ଏମ୍ସ।
ଦିଲ୍ଲୀ ଏମ୍ସ କର୍ତ୍ତୃପକ୍ଷଙ୍କ ଅନୁଯାୟୀ, ଆଜି ଅପରାହ୍ନ ୪ଟା ୨୦ରେ ପୀଡ଼ିତାଙ୍କୁ ଭର୍ତ୍ତି କରାଯାଇଥିଲା। ଝିଅର ୭୫% ଶରୀର ପୋଡ଼ି ଯାଇଛି। ଅବସ୍ଥା ଗୁରୁତର ରହିଥିବା ବେଳେ ତାଙ୍କୁ ଅକ୍ସିଜେନ୍ ସପୋର୍ଟରେ ରଖାଯାଇଛି। ଏମ୍ସ ICU ବର୍ଣ୍ଣ ୟୁନିଟ୍ ଓ ପ୍ଲାଷ୍ଟିକ ସର୍ଜରୀ ବ୍ଲକରେ ଚିକିତ୍ସା କରାଯାଉଛି। ତେବେ ଗୋଟିଏ ଡାକ୍ତରୀ ଟିମ୍ ତାଙ୍କ ସ୍ବାସ୍ଥ୍ୟାବସ୍ଥା ତଦାରଖ କରୁଛନ୍ତି।
ଉଲ୍ଲେଖଯୋଗ୍ୟ, ନିମାପଡ଼ା ବଳଙ୍ଗା ବାଇଆବର ଅଞ୍ଚଳରେ ଛାତ୍ରୀ ଜଣକ ଚାଲିଚାଲି ସାଙ୍ଗ ଘରକୁ ଯାଉଥିବାବେଳେ ଦୁର୍ବୃତ୍ତମାନେ ତାଙ୍କୁ ଅଟକାଇ ନିଆଁ ଲଗାଇଦେଇଥିଲେ। ଗୁରୁତର ଛାତ୍ରୀଙ୍କୁ ପ୍ରଥମେ ପିପିଲି ପରେ ଭୁବନେଶ୍ୱର ଏମସକୁ ସ୍ଥାନାନ୍ତର କରାଯାଇଥିଲା।
Comments are closed.