Latest Odisha News

BREAKING NEWS

ଦୁଇ ଦିନରେ ତାତିବ ଓଡ଼ିଶା, ୪୦ ଡିଗ୍ରୀ ଛୁଇଁବ ପାରଦ

ଭୁବନେଶ୍ୱର: ରାଜ୍ୟରେ ବଢୁଛି ତାତି । ଆଗାମୀ ଦୁଇ ଦିନରେ ଆହୁରି ବଢ଼ିବ । ଦିନର ତାପମାତ୍ରା ୪୦ ଡିଗ୍ରୀ ଛୁଇଁଯିବ । ମାର୍ଚ୍ଚରୁ କଲବଲ କରିବ ଖରା । ଏବେ ଦିନର ତାପମାତ୍ରା ୩୭ ଡିଗ୍ରୀ ରହୁଥିବା ବେଳେ ୧୫ ତାରିଖରୁ ୪୦ ଡିଗ୍ରୀ ଛୁଇଁପାରେ । ଏଭଳି ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ପଶ୍ଚିମ ତଥା ଉତ୍ତର-ପଶ୍ଚିମ ଦିଗରୁ ଆଗାମୀ ୩ରୁ ୪ ଦିନ ଯାଏ ରାଜ୍ୟକୁ ଶୁଷ୍କ ଓ ଉତ୍ତପ୍ତ ବାୟୁ ପ୍ରବାହ ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟରେ ତାପମାତ୍ରା ୨-୩ ଡିଗ୍ରୀ ସେଲସିୟସ୍ ବଢ଼ିବା ସମ୍ଭାବନା ରହିଛି । ୧୫ ଓ ୧୬ ତାରିଖରେ କିଛି ଜିଲ୍ଲାରେ ଗ୍ରୀଷ୍ମପ୍ରବାହ ପରିସ୍ଥିତି ସମ୍ଭାବନା ରହିଛି ।

୧୫ ତାରିଖ ପାଇଁ ଅନୁଗୋଳ, ବୌଦ୍ଧ, ସୋନପୁର ଓ ବଲାଙ୍ଗିର ଜିଲ୍ଲାକୁ ଗ୍ରୀଷ୍ମପ୍ରବାହ ନେଇ ଜାରି ହୋଇଛି ୟେଲୋ ଓ୍ୱାର୍ଣ୍ଣିଂ । ସେହିପରି ୧୬ ତାରିଖ ପାଇଁ ଖୋର୍ଦ୍ଧା, ନୟାଗଡ଼, ଅନୁଗୋଳ, ବୌଦ୍ଧ, ସୋନପୁର ଓ ବଲାଙ୍ଗିର ଜିଲ୍ଲାକୁ ଗ୍ରାଷ୍ମପ୍ରବାହ ନେଇ ୟେଲୋ ସତର୍କତା ଦେଇଛି ପାଣିପାଗ କେନ୍ଦ୍ର ।

 

Comments are closed, but trackbacks and pingbacks are open.