Latest Odisha News

BREAKING NEWS

ପୁଟିନଙ୍କ ସହ ଆଲୋଚନା ପାଇଁ ପ୍ରସ୍ତାବ ଦେଲେ ଜେଲେନସ୍କି

ଓଡ଼ିଶା ସମ୍ବାଦ ବ୍ୟୁରୋ: ରୁଷ୍ ଓ ୟୁକ୍ରେନ୍ ଭିତରେ ୧୮ ଦିନ ହେବ ଯୁଦ୍ଧ ଚାଲିଛି । ୟୁକ୍ରେନର ବିଭିନ୍ନ ସହରକୁ ଛାରଖାର କରି ଦେଲାଣି ପୁଟିନ୍ ସେନା । ଘମାଘୋଟ ଲଢ଼େଇ ଚାଲିଛି . ଆକାଶରୁ ମିସାଇଲ୍ ଓ ରକେଟ୍ ଖସୁଛି । ଜନବସତି ବି ଧ୍ୱଂସସ୍ତୁପ ପାଲଟିଲାଣି ।

ବଡ଼ ବଡ଼ ଅଟ୍ଟାଳିକା ଖଣ୍ଡ ବିଖଣ୍ଡିତ । ଏବେ କିଭ୍ ଦଖଲ ଅଭିମୁଖେ ବଢୁଛି ରୁଷ୍ ସେନା । ଯୁଦ୍ଧ ଭିତରେ ମୁଣ୍ଡ ନୁଆଁଇବେ ନାହିଁ ବୋଲି କହୁଥିବା ୟୁକ୍ରେନ୍ ରାଷ୍ଟ୍ରପତି ରୁଷ୍ ସହ ଆଲୋଚନା ପାଇଁ ରାଜି ହୋଇଛନ୍ତି ।

ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଲୋଚନା ପାଇଁ ପ୍ରସ୍ତାବ ଦେଇଛନ୍ତି ଜେଲେନସ୍କି । ଜେରୁଜେଲମରେ ଆଲୋଚନା କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି। ଏଥିପାଇଁ ମଧ୍ୟସ୍ଥତା କରିବାକୁ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ନାଫତାଲି ବେନେଟଙ୍କୁ ପ୍ରସ୍ତାବ ଦେଇଛନ୍ତି ଜେଲେନସ୍କି ।

ପୂର୍ବରୁ ଇସ୍ରାଏଲ୍ ରାଷ୍ଟ୍ରପତି ନାଫତାଲି ପୁଟିନଙ୍କୁ ଭେଟି ଯୁଦ୍ଧ ବାବଦରେ ଆଲୋଚନା ବି କରିଥିଲେ । ସେହିପରି ସେ ଜେଲେନସ୍କିଙ୍କ ସହ ବି ଅନେକ ଥର ଆଲୋଚନା କରିଛନ୍ତି । କିନ୍ତୁ କେହି ଆଲୋଚନା ଟେବୁଲକୁ ଆସି ନଥିଲେ । ପୂର୍ବରୁ ୟୁକ୍ରେନ୍ ଓ ରୁଷ ବୈଦେଶିକ ମନ୍ତ୍ରୀସ୍ତରୀୟ ଆଲୋଚନା ବି ହୋଇଛି । କିନ୍ତୁ କୌଣସି ନିଷ୍କର୍ଷ ବାହାରି ପାରି ନଥିଲା ।

Comments are closed, but trackbacks and pingbacks are open.