ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ବୁଧବାର ଓଡିଶା ଟେନିସ ଆସୋସିଏଶନ (ଓଟିଏ) ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଯୁବ ଖେଳାଳି ଦେବାଶୀଷ ସାହୁ ଓ ସୋହିନୀ ସଞ୍ଜୟ ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଓଡିଶାର ଏକ ନମ୍ବର ଖେଳାଳି ଦେବାଶୀଷ ୧୬ ବର୍ଷରୁ କମ୍ ଓ ୧୮ ବର୍ଷରୁ କମ୍ରେ ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛନ୍ତି । ସେ ରୋଡ ଟୁ ୱିମ୍ବେଲଡନ ମାଷ୍ଟର କ୍ୱାଲିଫାଇଙ୍ଗ ଟୁର୍ଣ୍ଣାମେଂଟରେ ପ୍ରଥମ ଓଡିଆ ଖେଳାଳି ଭାବେ ୨୦୧୯ରେ ଖେଳିଥିଲେ । ସେ ଏବେ ଜୁନିୟର ଡେଭିସ କପ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଭାରତର ୭ନମ୍ବର (୧୪ ବର୍ଷରୁ କମ) ବାଳିକା ଖେଳାଳି ସୋହିନୀ ୬୦ରୁ ଅଧିକ ଟାଇଟଲ ହାସଲ କରି ସାରିଛନ୍ତି । ୧୧ ବର୍ଷରୁ କମ ଟେନ ପ୍ରୋ ୨୦୧୯ ରାଫାଲ ନାଡାଲ ଏକାଡେମୀରେ ପ୍ରତିନିଧିତ୍ୱ କରିଥିଲେ । କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଖେଳାଳିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।
ଅନ୍ୟ ସମ୍ମାନିତ ଅତିଥି ଭାବେ କ୍ରୀଡା ସଚିବ ଭିନିଲ କ୍ରିଷ୍ଣା, ଅସିତ ତ୍ରିପାଠୀ, ସତ୍ୟଜିତ ମହାନ୍ତି ଓ ସଞ୍ଜୀବ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସର କ୍ରୀଡା ମନ୍ତ୍ରୀ ଓଡିଶା ଟେନିସ ଏକାଡେମୀର ଏକ ମୋବାଇଲ ଆପ୍ଲିକେଶନର ଉନ୍ମୋଚନ କରିଥିଲେ । ବର୍ତମାନ କଳିଙ୍ଗ ଷ୍ଟାଡିୟମରେ ୫ କୋଚ ୧୦୦ରୁ ଊର୍ଦ୍ଧ୍ୱ ଖେଳାଳିଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି । ଏହି କାର୍ଯ୍ୟକ୍ରମରେ ବ୍ରହ୍ମାନନ୍ଦ ମିଶ୍ର, ଅସିତ ପ୍ରଧାନ, ଡିକେ ଟୁଙ୍ଗା, ବିବେକ ପଟ୍ଟନାୟକ, ସତ୍ୟଜିତ ମହାନ୍ତି, ବିନୋଦ ସେଠ ଏବଂ ଟେନିସ ଆସୋସିଏଶନ ଅନ୍ୟ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।
BREAKING NEWS
- Jagannath Temple:ମହାପ୍ରଭୁଙ୍କ ନୀତି ବିଳମ୍ବ ଘଟଣା: ଜଣେ ଖୁଣ୍ଟିଆ ସେବକ ନିଲମ୍ବନ,ଦୁଇ ସେବକଙ୍କୁ…
- Odisha Police:ଜୁଭେନଟିକା କନକ୍ଲେଭରେ ଶିଶୁମାନଙ୍କ ଡିଜିଟାଲ୍ ସୁରକ୍ଷାକୁ ନେଇ ଓଡ଼ିଶା ପୋଲିସ ଏବଂ ୟୁନିସେଫର ଆଲୋଚନା
- ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ୪୮୫ଟି ମାଓ ପ୍ରଭାବିତ ଗ୍ରାମକୁ ମିଳିବ କ୍ରୀଡ଼ା ସାମଗ୍ରୀ
- ଭୁବନେଶ୍ୱରରୁ କଟକ ଚଳାଚଳ କରିବ ନମୋ ଟ୍ରେନ; ମେଟ୍ରୋ ପ୍ରକଳ୍ପକୁ ନେଇ ରେଳମନ୍ତ୍ରୀ କହିଲେ…
- Growing Passion for Cricket: ମହିଳା କ୍ରିକେଟର କ୍ରେଜ୍ ଆକାଶଛୁଆଁ
- ପ୍ରାପ୍ତବୟସ୍କ ଝିଅ ସ୍ବାଧୀନ ଭାବେ ବଞ୍ଚି ରହିବାର ନିଷ୍ପତ୍ତି ନିଜେ ନେଇପାରିବେ: ହାଇକୋର୍ଟ
- Neena Gupta: ୬୬ ବର୍ଷ ବୟସରେ ନୀନା ଗୁପ୍ତା ଗର୍ଭବତୀ ?
- ଖେଳାଳିଙ୍କ ଉପରେ ଲଗାଯାଇଥିବା ଜରିମାନା ଖବରକୁ ଖଣ୍ଡନ କଲା ପିସିବି
- ମାର୍ଚ୍ଚ ୨୧ରୁ ପୁରୀ ବେଳାଭୂମିରେ ତିନି ଦିନିଆ “ଫିଟ୍ ଇଣ୍ଡିଆ କାର୍ଣ୍ଣିଭାଲ୍”
- Puri Municipality: ଶ୍ରୀଗୁଣ୍ଡିଚା ଓ ବାହୁଡ଼ା ଯାତ୍ରାରେ ବଡ଼ଦାଣ୍ଡରେ ରନ୍ଧାଖାଦ୍ୟ ମନା..
Comments are closed.