ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ବୁଧବାର ଓଡିଶା ଟେନିସ ଆସୋସିଏଶନ (ଓଟିଏ) ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଯୁବ ଖେଳାଳି ଦେବାଶୀଷ ସାହୁ ଓ ସୋହିନୀ ସଞ୍ଜୟ ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଓଡିଶାର ଏକ ନମ୍ବର ଖେଳାଳି ଦେବାଶୀଷ ୧୬ ବର୍ଷରୁ କମ୍ ଓ ୧୮ ବର୍ଷରୁ କମ୍ରେ ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛନ୍ତି । ସେ ରୋଡ ଟୁ ୱିମ୍ବେଲଡନ ମାଷ୍ଟର କ୍ୱାଲିଫାଇଙ୍ଗ ଟୁର୍ଣ୍ଣାମେଂଟରେ ପ୍ରଥମ ଓଡିଆ ଖେଳାଳି ଭାବେ ୨୦୧୯ରେ ଖେଳିଥିଲେ । ସେ ଏବେ ଜୁନିୟର ଡେଭିସ କପ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଭାରତର ୭ନମ୍ବର (୧୪ ବର୍ଷରୁ କମ) ବାଳିକା ଖେଳାଳି ସୋହିନୀ ୬୦ରୁ ଅଧିକ ଟାଇଟଲ ହାସଲ କରି ସାରିଛନ୍ତି । ୧୧ ବର୍ଷରୁ କମ ଟେନ ପ୍ରୋ ୨୦୧୯ ରାଫାଲ ନାଡାଲ ଏକାଡେମୀରେ ପ୍ରତିନିଧିତ୍ୱ କରିଥିଲେ । କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଖେଳାଳିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।
ଅନ୍ୟ ସମ୍ମାନିତ ଅତିଥି ଭାବେ କ୍ରୀଡା ସଚିବ ଭିନିଲ କ୍ରିଷ୍ଣା, ଅସିତ ତ୍ରିପାଠୀ, ସତ୍ୟଜିତ ମହାନ୍ତି ଓ ସଞ୍ଜୀବ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସର କ୍ରୀଡା ମନ୍ତ୍ରୀ ଓଡିଶା ଟେନିସ ଏକାଡେମୀର ଏକ ମୋବାଇଲ ଆପ୍ଲିକେଶନର ଉନ୍ମୋଚନ କରିଥିଲେ । ବର୍ତମାନ କଳିଙ୍ଗ ଷ୍ଟାଡିୟମରେ ୫ କୋଚ ୧୦୦ରୁ ଊର୍ଦ୍ଧ୍ୱ ଖେଳାଳିଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି । ଏହି କାର୍ଯ୍ୟକ୍ରମରେ ବ୍ରହ୍ମାନନ୍ଦ ମିଶ୍ର, ଅସିତ ପ୍ରଧାନ, ଡିକେ ଟୁଙ୍ଗା, ବିବେକ ପଟ୍ଟନାୟକ, ସତ୍ୟଜିତ ମହାନ୍ତି, ବିନୋଦ ସେଠ ଏବଂ ଟେନିସ ଆସୋସିଏଶନ ଅନ୍ୟ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।
BREAKING NEWS
- ମୋଦିଙ୍କ ଗସ୍ତ ପୂର୍ବରୁ ବୋମା ଧମକ, ଆଲର୍ଟରେ ପ୍ରଶାସନ…
- ଆଇଏଫଏସ ଅଧିକାରୀ କେ.ମୁରୁଗେସାନ୍ ହେଲେ ନୂଆ ପିସିସିଏଫ
- Puri Drowning: ଚକ୍ରତୀର୍ଥ ରୋଡ୍ ସମୁଦ୍ରରେ ବୁଡ଼ି ମାଆ,ପୁଅଙ୍କ ମୃତ୍ୟୁ; ଉଭୟ ଝାଡ଼ଖଣ୍ଡର…
- ହାତୀ ମୃତ୍ୟୁ ମାମଲା; ଏସିଏଫ ସୂର୍ଯ୍ୟକାନ୍ତ ବେହେରା ନିଲମ୍ବିତ
- ରଣଜୀ ଟ୍ରଫି: ଓଡିଶା ୨୨୧ ରନରେ ଅଗ୍ରଣୀ
- ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଦିବଙ୍ଗତ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ର
- ଲାଞ୍ଚ ନେଇ ବନ୍ଧା ହେଲେ ପଶୁଚିକିତ୍ସା କାର୍ଯ୍ୟାଳୟର କର୍ମୀ
- ମାଓ ସଂଗଠନ ପାଇଁ ଅଡିଓ ବାର୍ତ୍ତା ଜାରି କଲେ ଡିଜିପି; ସରେଣ୍ଡର ପାଇଁ ଏହି ଫୋନ୍ ନଂରେ ଯୋଗାଯୋଗ କରନ୍ତୁ…
- ମହିଳା ଚଳାଇବେ ଆମ ବସ୍, ଟ୍ରେନିଂ ପାଇଁ ଗଲେ ପୁଣେ
- କାଙ୍ଗାଳ ପାକିସ୍ତାନର ନିଚ୍ଛକ ସତ, ଇଜ୍ଜତ ବିକି ମାଗୁଛି କରଜ
Comments are closed.