Latest Odisha News

BREAKING NEWS

ଓଡ଼ିଶାକୁ ଜଳପଥରେ ପ୍ରବାସୀଙ୍କ ପ୍ରବେଶ ଉପରେ ତୀକ୍ଷଣ ନଜର

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅନ୍ୟ ରାଜ୍ୟରୁ ଫେରନ୍ତାଙ୍କ ଉପରେ ତୀକ୍ଷଣ ନଜର ରଖିଛନ୍ତି ସରକାର । ଏଣିକି ଜଳପଥ ଦେଇ ଅନ୍ୟ ରାଜ୍ୟରୁ ଓଡ଼ିଶାରେ କେହି ପ୍ରବେଶ କରି ପାରିବେ ନାହିଁ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥା ଓ କଟକଣାକୁ କଡ଼ାକଡ଼ି କରିଛି ସମୁଦ୍ର ତଟ ସୁରକ୍ଷା ବଳ । ଏନେଇ ସୂଚନା ଦେଇଛନ୍ତି ରେଲଓ୍ୱେ ଓ କୋଷ୍ଟାର୍ଡ ସିକ୍ୟୁରିଟି ଏଡିଜି । ୧୮ଟି ମେରାଇନ ଷ୍ଟେସନରେ ଚେକିଂ ଚାଲିଛି । ମେରାଇନ ଷ୍ଟେସନରେ ପେଟ୍ରୋଲିଂକୁ କଡ଼ାକଡ଼ି କରାଯାଇଥିବା ବେଳେ ସବୁ ବୋଟରେ ବି ଯାଞ୍ଚ ହେଉଛି ।

ପ୍ରତ୍ୟେକ ଥାନାରେ ସାଗର ରକ୍ଷକ ଦଳ ବାହାରୁ ଜଳ ପଥ ଦେଇ ଆସୁଥିବା ଲୋକଙ୍କ ବିଷୟରେ ସୂଚନା ଦେଉଛନ୍ତି । ରାତିରେ ମୋଟର ସାଇକେଲରେ ପାଟ୍ରୋଲିଂ ଚାଲୁଛି । କୋଷ୍ଟଲ ଏରିଆରେ ବି ଜବରଦସ୍ତ ଚେକିଂ ଚାଲିଛି । ବାହାରୁ କୌଣସି ବୋଟ୍ ଆସିଲେ ସିଜ ହେବ । ବୋଟରେ ଆସିଥିବା ଲୋକଙ୍କୁ କ୍ୱାରେଣ୍ଟଇନରେ ରଖାଯିବା । ନିୟମ ଉଲ୍ଲଂଘନ କଲେ କାର୍ୟ୍ୟାନୁଷ୍ଠାନ ନିଆଯିବ ।

Leave A Reply

Your email address will not be published.