Latest Odisha News

BREAKING NEWS

ଏଣିକି ସାଉଦି ଆରବ ଛାତ୍ରଛାତ୍ରୀ ପଢିବେ ରାମାୟଣ, ମହାଭାରତ

ନୂଆଦିଲ୍ଲୀ: ସାଉଦି ଆରବରେ ଶିକ୍ଷା କ୍ଷେତ୍ରରେ ଉନ୍ନତି ଏବଂ ବିଭିନ୍ନ ସଂସ୍କୃତି ବିଷୟରେ ଅଧିକ ଜ୍ଞାନ ପ୍ରଦାନ କରିବା ପାଇଁ ପ୍ରିନ୍ସ ମହମ୍ମଦ ବିନ୍ ସଲମାନଙ୍କ ନୂତନ ଦିଗଦର୍ଶନ କ୍ରମେ ଛାତ୍ରମାନଙ୍କୁ ଅନ୍ୟ ଦେଶର ଇତିହାସ ଏବଂ ସଂସ୍କୃତି ଅଧ୍ୟୟନ କରାଯାଉଛି।

ଏହାର ଏକ ଅଂଶ ଭାବରେ ଛାତ୍ରମାନଙ୍କୁ ରାମାୟଣ ଏବଂ ମହାଭାରତ ଉପରେ ମଧ୍ୟ ଶିକ୍ଷା ଦିଆଯିବ ବୋଲି ଜଣାପଡ଼ିଛି। ରିପୋର୍ଟ ଅନୁଯାୟୀ ଛାତ୍ରଛାତ୍ରୀଙ୍କ ସାଂସ୍କୃତିକ ଜ୍ଞାନ ବିସ୍ତାର କରିବା ପାଇଁ ଏହି ଅଧ୍ୟୟନରେ ଯୋଗ ଏବଂ ଆୟୁର୍ବେଦ ଭଳି ସର୍ବଭାରତୀୟ ସ୍ତରରେ ଗୁରୁତ୍ୱପୂର୍ଣ୍ଣ ଭାରତୀୟ ସଂସ୍କୃତି ଉପରେ ଧ୍ୟାନ ଦିଆଯିବ।

ସାଉଦି ଆରବ ଛାତ୍ରମାନଙ୍କ ପାଠ୍ୟକ୍ରମରେ ରାମାୟଣ ଏବଂ ମହାଭାରତର ପରିଚୟ ବ୍ୟତୀତ ନୂତନ ଭିଜନ ୨୦୩୦ରେ ଇଂରାଜୀ ଭାଷା ବାଧ୍ୟତାମୂଳକ କରାଯାଇଛି।

Leave A Reply

Your email address will not be published.