ଭୁବନେଶ୍ବର: ଓଡ଼ିଶାରୁ ମାଓ ନିପାତ ଯୋଜନା ଚାଲିଥିବା ବେଳେ କନ୍ଧମାଳରୁ ଅପରେସନ୍ ଆରମ୍ଭ ହେବ। ଏଥିପାଇଁ କନ୍ଧମାଳରେ ଡେରା ପକାଇଛନ୍ତି ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ୱାଇ ବି ଖୁରାନିଆ।
ଓଡ଼ିଶା ପୋଲିସ ମାର୍ଚ୍ଚ ୩୧, ୨୦୨୬ ସୁଦ୍ଧା ମାଓ କାର୍ଯ୍ୟକଳାପକୁ ସମ୍ପୂର୍ଣ୍ଣ ମୂଳପୋଛ କରିବା ପାଇଁ ଏକ ମହତ୍ୱାକାଂକ୍ଷୀ ଲକ୍ଷ୍ୟ ରଖିଛି। କନ୍ଧମାଳରେ ନକ୍ସଲ ବିରୋଧୀ ପ୍ରସ୍ତୁତି ନେଇ ଡିଜିପି କହିଛନ୍ତି, ଓଡ଼ିଶାରେ ପ୍ରାୟ ୮୦-୮୫ ଜଣ ମାଓବାଦୀ ସକ୍ରିୟ ଅଛନ୍ତି। ସେମାନଙ୍କ ମଧ୍ୟରୁ କେବଳ ପାଞ୍ଚ ଜଣ ଓଡ଼ିଆ ବାକିମାନେ ଅନ୍ୟ ରାଜ୍ୟର।
ଦେଶବ୍ୟାପୀ ମାଓବାଦର ସମ୍ପୂର୍ଣ୍ଣ ମୂଳୋତ୍ପାଟନ ସୁନିଶ୍ଚିତ କରିବା ପାଇଁ କେନ୍ଦ୍ରର ନିର୍ଦ୍ଦେଶ ପାଳନ କରୁଛୁ। ସେ ଅନୁସାରେ ଓଡ଼ିଶାରେ ମାଓଦମନ ସାରିବା ପାଇଁ ମାର୍ଚ୍ଚ ୨୦୨୬କୁ ସମୟସୀମା ଭାବରେ ସ୍ଥିର କରାଯାଇଛି। ଅପରପକ୍ଷରେ ଅସ୍ତ୍ର ତ୍ୟାଗ କରି ମୁଖ୍ୟସ୍ରୋତକୁ ଫେରିବାକୁ ଚାହୁଁଥିବା ମାଓବାଦୀମାନଙ୍କୁ ସ୍ୱତନ୍ତ୍ର ପୁନର୍ବାସ ସୁବିଧା ପ୍ରଦାନ କରାଯାଉଛି ବୋଲି ସେ କହିଛନ୍ତି।
Comments are closed.