Latest Odisha News

BREAKING NEWS

ରଣଜୀ ଟ୍ରଫି: ପଣ୍ଡିଚେରୀ ବିପକ୍ଷରେ ସୁଯୋଗ ହାତଛଡା କରୁଛି ଓଡିଶା

କଟକ: ବାରବାଟୀ ଷ୍ଟାଡିୟମରେ ଖେଳାଯାଉଥିବା ପଣ୍ଡିଚେରୀ ବିପକ୍ଷ ରଣଜୀ ଟ୍ରଫି କ୍ରିକେଟ ମ୍ୟାଚରେ ଓଡିଶା ଦ୍ୱିତୀୟ ଦିବସରେ ଭଲ ସ୍ଥିତିରେ ରହିବା ସତ୍ୱେ ବିପକ୍ଷ ଦଳକୁ ମ୍ୟାଚକୁ ପ୍ରତ୍ୟାବର୍ତନ କରିବା ପାଇଁ ଅନାବଶ୍ୟକ ସୁଯୋଗ ପ୍ରଦାନ କରିଛି । ଗ୍ରୁପ ଡିର ଏହି ମୁକାବିଲାରେ ଓଡିଶା ପ୍ରଥମ ଇନିଂସରେ ୩୨୨ ରନ କରି ଅଲଆଉଟ ହୋଇ ଯାଇଥିଲା । ଗୋବିନ୍ଦ ପୋଦ୍ଦାର ୮୦ ଓ ବିପ୍ଲବ ସାମନ୍ତରାୟ ୮୨ ରନର ଇନିଂସ ଖେଳିଥିଲେ । ବିପ୍ଲବ ଆଉଟ ହେବା ବେଳକୁ ଦଳର ସ୍କୋର ୩୦୧ ହୋଇଥିଲା । ଏହା ପରେ ବାକି ୫ଟି ୱିକେଟ ମାତ୍ର ୨୧ ରନରେ ପଡି ଯାଇଥିଲା । ମିଡିୟମ ପେସ ବୋଲର ଗୌରବ ଯାଦବ ୫ଟି ଓ ସୌରଭ ଯାଦବ ୪ଟି ୱିକେଟ ଅକ୍ତିଆର କରିଥିଲେ ।

ଜବାବରେ ପଣ୍ଡିଚେରୀ ବ୍ୟାଟିଂ ଆରମ୍ଭ କରି ୮ ରନରେ ୩ଟି ଏବଂ ୫୬ ରନରେ ୪ଟି ୱିକେଟ ହରାଇ ବିପଦରେ ପଡିଥିଲା । ୫ମ ୱିକେଟରେ ଅଧିନାୟକ ଅରୁଣ କାର୍ତିକ ଓ ଫାବିଦ ଅହମ୍ମଦ ୭୧ ରନ ଯୋଗ କରି ଦଳର ସ୍କୋର ୧୨୭ରେ ପଂହଚାଇଛନ୍ତି । କାର୍ତିକ ୧୦୪ ବଲରେ ୭୭ ଓ ଅହମ୍ମଦ ୭୩ ବଲରେ ୩୧ ରନ କରି ଅପରାଜିତ ଅଛନ୍ତି । ରାଜେଶ ମହାନ୍ତି ୨ଟି ଓ ଦେବବ୍ରତ ପ୍ରଧାନ ଗୋଟିଏ ୱିକେଟ ଅକ୍ତିଆର କରିଛନ୍ତି ।

Leave A Reply

Your email address will not be published.