ଭୁବନେଶ୍ବର: ରାଜ୍ୟକୁ ଆସିବେ ଆହୁରି ୩ ମହାବଳ ବାଘ । ଯମୁନା ଏବଂ ଜିନ୍ନତଙ୍କ ପରେ ଏବେ ଆଉ ୩ଟି ବାଘ ଓଡିଶା ଜଙ୍ଗଲକୁ ଆସିବା ନେଇ ସୂଚନା ଦେଇଛନ୍ତି ଜଙ୍ଗଲ ଏବଂ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ ।
ଏନେଇ ମନ୍ତ୍ରୀ କହିଛନ୍ତି, ଜିନ୍ନତ ବର୍ତ୍ତମାନ ସୁସ୍ଥ ଅଛି । ଜଳକ୍ରୀଡ଼ା କରୁଛି । ଖାଦ୍ୟ ଆହରଣ ବି କରୁଛି । ବର୍ତ୍ତମାନ ସେ ଚହଲା ଏନ୍କ୍ଲୋଜରରେ ରହିଥିବା ବେଳେ ଶନ୍ତ ରହିଛି । ପରେ ତାକୁ ଶିମିଳିପାଳର ଦକ୍ଷିଣ ଭାଗରେ ଛଡ଼ାଯିବ । ସେଠି ବାଘୁଣୀ ଯମୁନା ବି ରହୁଛି ।
ଏଥିସହିତ ମନ୍ତ୍ରୀ ଆହୁରି କହିଛନ୍ତି, ଖୁବ୍ଶୀଘ୍ର ଆଉ ୩ଟି ମହାବଳ ବାଘ ଓଡ଼ିଶା ଆସିବେ । ଏନେଇ ବିଚାର ବିମାର୍ଶ ଚାଲିଛି । ସେମାନଙ୍କୁ ଡ଼େବ୍ରିଗଡ଼ ଅଭୟାରଣ୍ୟରେ ଛଡ଼ାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ରାଜ୍ୟର ଜଙ୍ଗଲକୁ ବାଘ ମିଶନରେ ୫ ମହାବଳ ବାଘ ଆସିବା ନେଇ ଯୋଜନା ହୋଇଥିବା ବେଳେ ଏହା ଭିତରୁ ଯମୁନା ଓ ଜିନ୍ନତ ଆସି ସାରିଛନ୍ତି । ଏ ଦୁଇ ମହାବଳ ବାଘ ଓଡିଶା ଜଙ୍ଗଲରେ ସମ୍ପୂର୍ଣ୍ଣ ଖାପ ଖୁଆଇଲା ପରେ ଆଉ ୩ ମହାବଳ ବାଘ ଆଣିବାକୁ ସରକାର ନିଷ୍ପତ୍ତି ନେବେ ବୋଲି କହିଛନ୍ତି ମନ୍ତ୍ରୀ ।
Comments are closed.