Latest Odisha News

BREAKING NEWS

କରୋନା ଭ୍ୟାକସିନକୁ ନେଇ କେନ୍ଦ୍ରର ଗାଇଡଲାଇନ ମାନିବ ଓଡ଼ିଶା

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ଓଡିଶା କୋଭିଡ-୧୯ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିବ ବୋଲି ରବିବାର ଦିନ କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ।

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ବରିଷ୍ଠ ନାଗରିକ, ସ୍ୱାସ୍ଥ୍ୟ ଏବଂ ଆଗଧାଡିର କର୍ମଚାରୀଙ୍କୁ ଅଗ୍ରାଧିକାର ଭିତ୍ତିରେ କରୋନା ଟିକା ଦିଆଯିବ। ଏନେଇ ପୂର୍ବରୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ।

ସୂଚନାଯୋଗ୍ୟ, ଓଡ଼ିଶାରେ କୋଭିଡ-୧୯ ଟିକାକରଣ କାର‌୍ୟ୍ୟକ୍ରମକୁ ସୁଚାରୁରୂପେ କରିବା ପାଇଁ ରାଜ୍ୟ ସରକାର ଶନିବାର ଏକ ଟିକାକରଣ କମିଟି ଗଠନ କରିଥିଲେ।

Leave A Reply

Your email address will not be published.