Latest Odisha News

BREAKING NEWS

ଓବାମାଙ୍କ ହାଇସ୍କୁଲ ଜର୍ସି ଏତେ କୋଟିରେ ବିକ୍ରି: ହେଲା ବିଶ୍ବ ରେକର୍ଡ

ୱାଶିଂଟନ୍: ପୂର୍ବତନ ରାମେରିକା ରାଷ୍ଟ୍ରପତି ବାରାକ ଓବାମାଙ୍କ ଜର୍ସି ୧୨୯,୦୦୦ ଡଲାର ଅର୍ଥାତ୍ ୧ କୋଟି ୪୦ ଲକ୍ଷ ଟଙ୍କାରେ ବିକ୍ରି ହୋଇଛି ।୧୯୭୯ରେ ଓବାମା ଏହି ଜର୍ସିକୁ ହବାଇର ପୁନାହୋ ସ୍କୁଲରେ ବାସ୍କେଟବଲ ଖେଳିବା ସମୟରେ ପିନ୍ଧିଥିଲେ । ନିଲାମ କରାଯାଇଥିବା ଏହି ଜର୍ସି ୧ କୋଟି ୪୦ ଲକ୍ଷ ଟଙ୍କାରେ ବିକ୍ରି କରାଯାଇଛି । ଧଳା ରଙ୍ଗର ଏହି ଜର୍ସିର ନମ୍ବର ରହିଛି ୨୩ ।

ହାଇସ୍କୁଲ ଜର୍ସି ନିଲାମରେ ବିକ୍ରି ହେବାରେ ଏହା ସବୁଠାରୁ ଅଧିକ ଅର୍ଥ ବୋଲି କୁହାଯାଉଛି । ଯାହାକି ବିଶ୍ବ ରେକର୍ଡ କରିଛି । ଏହି ନିଲାମୀ ପାଖାପାଖି ୪ ଦିନ ଚାଲିଥିଲା । ଏଥିରେ ଏନବିଏ ଲୋସ୍ ଏଞ୍ଜୋଲିସ୍ ଲିକର୍ସ ଷ୍ଟାର ଲେବ୍ରୋନ୍ ଜେମ୍ସଙ୍କ ଜର୍ସି ମଧ୍ୟ ସାମିଲ ଥିଲା । ଏନବିଏ, ଆମେରିକାରେ ବାସ୍କେଟବଲ ମ୍ୟାଚ୍ ଓ ସିରିଜ୍ ଆୟୋଜନ କରିବାରେ ସବୁଠୁ ବଡ଼ ସଂସ୍ଥା ।

ଏନବିଏର ମାଇକେଲ ଜାର୍ଡନ, ବାରାକ ଓବାମା ଏହି ଜର୍ସି ପିନ୍ଧିଥିଲେ । ୫ ଥର ଏନବିଏ ମୋଷ୍ଟ ଭେଲୁଏବୁଲ ପ୍ଲୋୟାର ଓ ୧୪ ଥର ଏନବିଏ ଅଲଷ୍ଟାର ପ୍ଲେମେକର ଦ୍ବାରା ପିନ୍ଧା ଯାଇଥିବା କୌଣସି ଜର୍ସିର ଏହା ରେକର୍ଡ ବିକ୍ରି । ଏହି ଜର୍ସିକୁ ଜାର୍ଡନ ତାଙ୍କ ପ୍ରଥମ ମ୍ୟାଚରେ ବୁଲ୍ସ କ୍ଲବ ସଦସ୍ୟ ଭାବେ ପିନ୍ଧିଥିଲେ ।

Leave A Reply

Your email address will not be published.