Latest Odisha News

BREAKING NEWS

ସେପ୍ଟେମ୍ବର ପୂର୍ବରୁ DL ଓ LL ଆବେଦନ ମନା

ଭୁବନେଶ୍ୱର: ସେପ୍ଟେମ୍ବର ପୂର୍ବରୁ ଡ଼ିଏଲ ଓ ଏଲଏଲ ପାଇଁ ଆବେଦନ କରିହେବ ନାହିଁ । ପୁରୁଣା ଆବେଦନ କାରୀ ଙ୍କୁ ଜୁଲାଇରୁ ମିଳିବ ନୂଆ ସ୍ଲଟ । ଅଢ଼େଇ ଲକ୍ଷ ଆବେଦନକାରୀଙ୍କୁ ନୂଆ ସମୟ ଦିଆଯିବ । ଏନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି।

ଗତ ୧୧ ତାରିଖରେ ଡିଏଲ ଓ ଏଲଏଲ ସ୍ଲଟ ବୁକିଂ ନିର୍ଦ୍ଦେଶକୁ ବାତିଲ କରିଥିଲେ ରାଜ୍ୟ ସରକାର । ମାର୍ଚ୍ଚ ୧୮ରୁ ସେପ୍ଟେମ୍ବର ୩୦ ମଧ୍ୟରେ ଅବଧି ସରୁଥିଲେ ବି ତାହା କାଏମ ରହିବ । ଡିଏଲ ଓ ଏଲଏଲ ସ୍ଲଟ ବୁକିଂ ପୈଠ କରିଥିଲେ ତାହା କାଏମ ରହିବ । ଏହା ସହିତ ଡିଏଲ ଓ ଏଲଏଲ ପାଇଁ ଆରଟିଓ ଅଫିସ ଆସିବାକୁ ଡିପାର୍ଟମେଣ୍ଟ ପକ୍ଷରୁ ମନା ହୋଇଛି । କରୋନା ସଙ୍କଟ ଚାଲିଥିବାରୁ ରାଜ୍ୟସରକାର ଏଭଳି ପଦକ୍ଷେପ ନେଇଥିବା ନେଇ ସୂଚନା ରହିଛି ।

Leave A Reply

Your email address will not be published.