ଭୁବନେଶ୍ୱର: ଭୁବନେଶ୍ୱରରୁ ଦିଲ୍ଲୀ ଟ୍ରେନ ଚଳାଚଳ ପ୍ରସଙ୍ଗରେ ଆଜି ସନ୍ଧ୍ୟା ସୁଦ୍ଧା ଗାଇଡଲାଇନ୍ ପ୍ରସ୍ତୁତ ହେବ । ଯେଉଁମାନେ ଆସିବେ ସେମାନେ ଗାଇଡଲାଇନ୍ ମାନିବାକୁ ବାଧ୍ୟ । ସଂଗରୋଧ ଓ ସାମାଜିକ ଦୂରତା ମାନିବେ । ଟ୍ରେନ୍ ଯୋଗେ ପ୍ରାୟତଃ ଭିଆଇପି ଲୋକ ଆସୁଛନ୍ତି । ସେମାନେ ନିଜସ୍ୱ ସୁବିଧା କରିବେ ।
ଯେଉଁମାନେ ଯାଇପାରିବେ ନାହିଁ ସେମାନଙ୍କ ପାଇଁ ସରକାର ବ୍ୟବସ୍ଥା କରିବେ । ଯେଉଁମାନେ ଅନ୍ୟ ରାଜ୍ୟରୁ ଆସୁଛନ୍ତି ସେମାନଙ୍କ ପାଇଁ ପଂଜୀକାରଣ ବାଧ୍ୟତାମୂଳକ କରାଯାଇଛି । ଯଦି ସେମାନେ ପଂଜୀକରଣ କରିନଥିବେ ତେବେ ଏଠାରେ ଆସିବା ପରେ ପଂଜୀକରଣ କରିପାରିବେ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ।
ଆସନ୍ତାକାଲିଠାରୁ ଭୁବନେଶ୍ୱରରୁ ଦିଲ୍ଲୀକୁ ଟ୍ରେନ୍ ଗଡିବ । ସେହିପରି ୧୪ ତାରିଖରେ ନୂଆଦିଲ୍ଲୀରୁ ପ୍ରଥମ ଟ୍ରେନ୍ ଭୁବନେଶ୍ୱରକୁ ଆସିବ । ଏହି ଟ୍ରେନ୍ ବାଲେଶ୍ୱର, ଖଡଗପୁରର ହିଜିଳି, ଟାଟା, ବୋକାରୋ ଓ କାନପୁରରେ ଅଟକିବ । ପ୍ରଥମ ପର୍ଯ୍ୟାୟରେ ନୂଆଦିଲ୍ଲୀରୁ ଦେଶର ୧୫ଟି ପ୍ରମୁଖ ସହରକୁ ଟ୍ରେନ୍ ଗଡିବ ।
BREAKING NEWS
- ଝିଅ ହେବାରୁ ବୋହୂକୁ ନିଆଁ ଲଗାଇ ଦେଲେ ଶ୍ୱଶୁର, ଅଳ୍ପକେ ବର୍ତ୍ତିଲେ…
- ସିଡିଏ ଜମି ଜାଲିଆତି ମାମଲା; ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା କହିଲେ ବିଭାଗୀୟ ମନ୍ତ୍ରୀ
- Trump Tehran Conflict: ମଧ୍ୟପ୍ରାଚ୍ୟରେ କିଛି ବଡ଼ ଘଟିବାକୁ ଯାଉଛି କି? ‘ଇରାନ ମୁହାଁ ଆମେରିକା ଯୁଦ୍ଧଜାହାଜ…’
- ପୁରୀରେ ଆମ ବସ୍ ଧକ୍କାରେ ମହିଳା ଆହତ, ତାତିଲେ ଲୋକେ
- Congress: ରାଜ୍ୟ ସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଦେବ: ଭକ୍ତ ଦାସ
- Leopard Skin: କଲରାପତରିଆ ବାଘ ଛାଲ ଡିଲ୍ ବେଳେ ୩ ଜଣଙ୍କୁ ଗିରଫ କଲା ବନବିଭାଗ
- US Exit WHO: ଟ୍ରମ୍ପଙ୍କ ବଡ଼ ନିଷ୍ପତ୍ତି, WHO ରୁ ଓହରିଗଲା ଆମେରିକା!
- India Post Revenue: ପ୍ରଥମ ତିନି ଚଉଠରେ ଭାରତୀୟ ଡାକର ଲାଭ ୮.୨ ପ୍ରତିଶତ ବୃଦ୍ଧି
- ୨୪ରୁ ରାଜ୍ୟବ୍ୟାପୀ ଘରୋଇ ବସ୍ ଧର୍ମଘଟ ଡାକରା ବଳବତ୍ତର
- ଟ୍ରମ୍ପଙ୍କୁ ଖୁସି କରିବାକୁ ଯାଇ ରାଜନୈତିକ ବିବାଦରେ ଫସିଲା ପାକିସ୍ତାନ, BoP କୁ ନେଇ ହଙ୍ଗାମା
Comments are closed.