Latest Odisha News

BREAKING NEWS

ପରୀକ୍ଷା କେନ୍ଦ୍ରରେ ଖାତା ଦେଖିବୁ ନାହିଁ: ଓଷ୍ଟା

ଭୁବନେଶ୍ୱର: ଦଶମ ଶ୍ରେଣୀ ମୂଲ୍ୟାୟନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛି ଓଷ୍ଟା । ପରୀକ୍ଷା କେନ୍ଦ୍ରରେ ଖାତା ଦେଖିବୁ ନାହିଁ । ପରୀକ୍ଷା କେନ୍ଦ୍ରରେ ଖାତା ଦେଖା ହେଲେ ସଂକ୍ରମଣ ଆଶଙ୍କା ରହିଛି ବୋଲି ଓଷ୍ଟା କହିଛି ।

ବୋର୍ଡ ସିବିଏସ୍‌ଇ ଭଳି ହୋମ୍‌ବେସ୍ ମୂଲ୍ୟାୟନ ବ୍ୟବସ୍ଥା ଆରମ୍ଭ କରୁ । ଯଦି ବୋର୍ଡ ନଶୁଣେ ତେବେ ଖାତା ଦେଖାରେ ସହଯୋଗ କରିବୁ ନାହିଁ ବୋଲି ଓଷ୍ଟା ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତକାଲି ବୋର୍ଡ ପକ୍ଷରୁ ଆସନ୍ତା ୨୦ ତାରିଖରେ ମାଟ୍ରିକ ଖାତାଦେଖା ଆରମ୍ଭ ହେବା ନେଇ ଘୋଷଣା ହୋଇଥିଲା । ତେବେ ଏଭଳି ପରିସ୍ଥିତି ମାଟ୍ରିକ ଖାତାଦେଖା କିଭଳି ହେବ ତାକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି ।

Leave A Reply

Your email address will not be published.