Latest Odisha News

ବିଜେଡ଼ିର ବଡ଼ ଘୋଷଣା: ଜୁନ ୯ରୁ ଓଡ଼ିଶାକୁ ମିଳିବ ମାଗଣା ବିଜୁଳି

ଭୁବନେଶ୍ୱର: ଦିନକ ପରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଓ ଦେଶରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ହେବ। ଏଥିପାଇଁ ଜୋରସୋର ଚାଲିଛି ପ୍ରଚାର। ଓଡ଼ିଶାରେ ରାଜନୀତି ମାହୋଲ ସରଗରମ ହେବାରେ ଲାଗିଛି । ଭୋଟରଙ୍କ ମନ ଜିତିବା ପାଇଁ ଶାସକ ଦଳ ସହ ବିରୋଧୀ ମଧ୍ୟ ପ୍ରାଣପଣେ ଚେଷ୍ଟା କରୁଛନ୍ତି। ଗୋଟେ ପଟେ ରାଜ୍ୟରେ ମୋଦୀଙ୍କ ହେବି ପ୍ରଚାର ଚାଲିଥିବା ବେଳେ ଅନ୍ୟପଟେ ନବୀନ ମଧ୍ୟ ନିଜର ଗୋଟି ଚଳାଉଛନ୍ତି। ରଘୁନାଥପାଲୀରେ ଏକ ବଡ଼ ଘୋଷଣା କରିଛି ବିଜୁ ଜନତା ଦଳ । ଜୁନ୍ ୯ ତାରିଖରୁ ରାଜ୍ୟବାସୀଙ୍କୁ ମାଗଣା ବିଜୁଳି ଯୋଗାଇଦେବା ପାଇଁ ଘୋଷଣା କରିଛନ୍ତି ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ୍ ।

ମୁଖ୍ୟମନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଥିବା କହିଛନ୍ତି ପାଣ୍ଡିଆନ। ଗ୍ରାହକଙ୍କୁ ଜୁଲାଇ ମାସରୁ ବିଜୁଳି ବିଲ ଦେବାକୁ ଆଉ ପଡିବନି। ମାଗଣା ବିଜୁଳି ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜୁନ୍ ୯ ତାରିଖ ଦିନରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବା ପରେ ସନ୍ଧ୍ୟାରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ ଏବଂ ଏଥିରେ ଓଡ଼ିଶାକୁ ମାଗଣା ବିଜୁଳି ଯୋଗାଇବା ଇସ୍ତାହାରରେ ମୋହର ବାଜିବ ବୋଲି ପାଣ୍ଡିଆନ୍ ପ୍ରତିଶ୍ରୁତି ଦେଇଛନ୍ତି । ଜୁନ୍ ମାସର ବିଜୁଳି ବିଲ୍ ରାଜ୍ୟବାସୀଙ୍କୁ ଦେବାକୁ ପଡ଼ିବ ନାହିଁ ବୋଲି ସେ କହିଛନ୍ତି । ତେବେ ରାଜ୍ୟବାସୀଙ୍କ ପାଇଁ ଏହା ‘ନବୀନ ଗ୍ୟାରେଣ୍ଟି’ ବୋଲି ପାଣ୍ଡିଆନ୍ ଦର୍ଶାଇଛନ୍ତି ।

Leave A Reply

Your email address will not be published.