Latest Odisha News

ଅକ୍ଟୋବର ୧୨ରୁ ଓଡ଼ିଶାରେ ଏକକ ପିଜି ପରୀକ୍ଷା

ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ୧୨ ତାରିଖରୁ ଓଡ଼ିଶାରେ ଏକକ ପିଜି ପ୍ରବେଶିକା ପରୀକ୍ଷା ଆରମ୍ଭ ହେବାକୁ ଯାଉଛି।

ପ୍ରାପ୍ତ ସୂଚନାନୁଯାୟୀ, ୧୨ ତାରିଖରୁ ୨୨ ତାରିଖ ମଧ୍ୟରେ ବିଭିନ୍ନ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ପ୍ରାୟ ୨୬ଟି ପରୀକ୍ଷା କେନ୍ଦ୍ରରେ ୬୨ ହଜାର ୧୮୯ ପରୀକ୍ଷାର୍ଥୀ ପରୀକ୍ଷା ଦେବେ।

ସେହିପରି ୭ ନଭେମ୍ବରରେ ପ୍ରକାଶ ପାଇବ ମେରିଟ ଲିଷ୍ଟ। ପ୍ରତ୍ୟେକ ପରୀକ୍ଷାର ଅବଧି ୯୦ମିନିଟ୍ ହେବ। ଓଏମଆର୍ ସିଟରେ ୭୦ଟି ମଲ୍ଟିପୁଲ ଚଏସ୍ ପ୍ରଶ୍ନ ରହିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଉଚ୍ଚଶିକ୍ଷା ବିଭାଗ ସଚିବ କହିଛନ୍ତି।

ଆହୁରି ମଧ୍ୟ ୭୦ ପ୍ରତିଶତ ମାର୍କ ଏଣ୍ଟ୍ରାନ୍ସ ଓ ୩୦ ପ୍ରତିଶତ ମାର୍କ କ୍ୟାରିୟରକୁ ନେଇ ସିଲେକ୍ସନ କରାଯିବ ବୋଲି ସୂଚନା ଦିଆଯାଇଛି।

୧୪,୭୦୦ସିଟ୍ ପାଇଁ ଆବେଦନ କରାଯାଇଥିଲା ବେଳେ ଛାତ୍ରଛାତ୍ରୀମାନଙ୍କ ଅବଗତି ନିମନ୍ତେ କିଛି ମଡେଲ୍ ପ୍ରଶ୍ନ ୱେବସାଇଟରେ ଅପଲୋଡ୍ କରାଯାଇଛି ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.