Latest Odisha News

ଗୋଖାଦ୍ୟ ଦୁର୍ନୀତିରେ ଲାଲୁଙ୍କ ବେଲ୍, ତଥାପି ଜାରି ରହିବ ଜେଲ୍

ଝାଡ଼ଖଣ୍ଡ: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ରାଷ୍ଟ୍ରୀୟ ଜନତା ଦଳ ବା ଆରଜେଡି ପାଇଁ ଭଲ ଖବର । ବହୁ ଚର୍ଚ୍ଚିତ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁ ପ୍ରସାଦ ଯାଦବଙ୍କୁ ଜାମିନ ମିଳିଛି । ଚାଇବାସା ଟ୍ରେଜେରୀ କେସରେ ତାଙ୍କୁ ବେଲ୍ ଦେଇଛନ୍ତି ଝାଡ଼ଖଣ୍ଡ ହାଇକୋର୍ଟ । ଗୋଖାଦ୍ୟ ଦୁର୍ନୀତିରେ ଗିରଫ ହୋଇ ଜେଲଦଣ୍ଡ ଭୋଗୁଛନ୍ତା ଲାଲୁ ପ୍ରସାଦ ଯାଦବ ।

ବେଲ୍ ମିଳିଥିଲେ ବି ଏବେ ଜେଲରୁ ବାହାରି ପାରିବେ ନାହିଁ ଲାଲୁ ପ୍ରସାଦ ଯାଦବ । ତାଙ୍କୁ ଜେଲରେ ରହିବାକୁ ପଡ଼ିବ । କାରଣ ଦୁମକା ଟ୍ରେଜେରୀ ମାମଲାର ଶୁଣାଣି ବାକି ରହିଛି । ଚାଇବାସା ଟ୍ରେଜେରୀ କେସରେ ପାଖାପାଖି ଅଧା ସଜା କାଟି ସାରିଥିବାରୁ ବେଲ୍ ଦେବାକୁ ଛତିଶଗଡ଼ ହାଇକୋର୍ଟରେ ଆବେଦନ କରିଥିଲେ ଲାଲୁ ଯାଦବ ।

ଆସନ୍ତା ନଭେମ୍ବର ମାସରେ ଦୁମକା କେସରେ ସେ ଅଧା ଦଣ୍ଡାଦେଶ ପୂରଣ କରିବେ । ସେତେବେଳେ ବି କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିବେ ବୋଲି ଆଶା ରଖିଛନ୍ତି ଲାଲୁଙ୍କ ଓକିଲ । ଏଯାଏଁ ଗୋଖାଦ୍ୟ ଦୁର୍ନୀତିର ୩ଟି ମାମଲାରେ ଲାଲୁ ଯାଦବଙ୍କୁ ବେଲ୍ ମିଳି ସାରିଛି ।

Leave A Reply

Your email address will not be published.