Latest Odisha News

BREAKING NEWS

ଆସନ୍ତାବର୍ଷ ତିନୋଟି ଜି-୨୦ ବୈଠକର ଆୟୋଜନ କରିବ ଓଡ଼ିଶା

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଆରମ୍ଭରେ ତିନିଟି ଜି-୨୦ ବୈଠକର ଆୟୋଜନ କରିବେ ଓଡ଼ିଶା ସରକାର। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର କହିଛନ୍ତି ଯେ ରାଜ୍ୟରେ ଶକ୍ତି, ଶିକ୍ଷା ଏବଂ ସଂସ୍କୃତି ଉପରେ ସମ୍ମିଳନୀ ଆୟୋଜିତ ହେବ। ଡିସେମ୍ବର ୧ରେ ଭାରତ ଜି -୨୦ ର ସଭାପତି ହେବା ପରେ ଓଡିଶା ସମେତ ଅନେକ ରାଜ୍ୟରେ ବୈଠକ ଆୟୋଜନ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ନିକଟରେ ନୂଆଦିଲ୍ଲୀରେ ବସିଥିବା ଶିଖର ସମ୍ମିଳନୀରେ ଦେଶର ୫୫ ଟି ସ୍ଥାନରେ ୨୦୦ ରୁ ଅଧିକ ବୈଠକ କରିବାକୁ ଯୋଜନା କରାଯାଇଛି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ।

ଭାରତ ଜି ୨୦ର ଅଧ୍ୟକ୍ଷ ହୋଇଛି। ତିନୋଟି ଦିଗରେ ଯଥାକ୍ରମେ ଶିକ୍ଷା, ଶକ୍ତି ଏବଂ ସଂସ୍କୃତି ଦିଗରେ ଭାରତ ଗୁରୁତ୍ୱ ଦେଇଛି। ଏପ୍ରିଲ୍ ୨୦୨୩ରେ ଓଡିଶାରେ ଏହି ବୈଠକ ହେବ ବୋଲି ଯୋଜନା କରାଯାଇଛି। ଏହି ତିନୋଟି ଗୁରୁତ୍ୱପୂର୍ଣ୍ଣ ବିଷୟ ରାଜ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ। ତେବେ କେଉଁ ସ୍ଥାନରେ ବୈଠକ ବସିବ ତାହା ଏପର୍ଯ୍ୟନ୍ତ ଚୂଡାନ୍ତ ହୋଇନାହିଁ। ଐତିହ୍ୟସ୍ଥଳୀ କୋଣାର୍କ ଏବଂ ଭୁବନେଶ୍ୱରରେ ବୈଠକ ବସିବାର ସୂଚନା ରହିଛି।

Comments are closed.