Latest Odisha News

BREAKING NEWS

ସ୍ୱାମୀଙ୍କ ନିର୍ଯାତନା ସହି ପାରିଲେନି ଏସଆଇ, ସୋସିଆଲ ମିଡ଼ିଆରେ ମାଗିଲେ ସହାୟତା

ନୂଆଦିଲ୍ଲୀ: ସେ ଅନ୍ୟମାନଙ୍କୁ ଦିଅନ୍ତି ସୁରକ୍ଷା । ସେ ଅନ୍ୟମାନଙ୍କ ପାଇଁ ଆଶା ଭରସା । ହେଲେ  ନିଜ ସୁରକ୍ଷା ପାଇଁ ସେ ଅସମର୍ଥ । ପରିସ୍ଥିତି ପାଖରେ ସେ ଅସହାୟ । ନିଜ ପାୱାର, ପୋଜିସନ କିଛି କାମ କରୁନି ଏଠି । ଶେଷରେ ବିକଳ ହୋଇ ସୋସିଆଲ ମିଡିଆରେ ସୁରକ୍ଷା ମାଗିଲେ ମହିଳା ପୋଲିସ ସବ ଇନ୍ସପେକ୍ଟର । ଦିଲ୍ଲୀର ଏହି ମହିଳା ସବଇନ୍ସେପେକ୍ଟର ତାଙ୍କ ସ୍ୱାମୀଙ୍କ ବିରୋଧରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ସେତିକି ନୁହେଁ, ଏସଆଇ ଡଲି ଏକ ଭିଡିଓ ପୋଷ୍ଟ କରି ଦିଲ୍ଲୀ ମହିଳା କମିଶନରଙ୍କୁ ସୁରକ୍ଷା ମାଗଛନ୍ତି। ଦିଲ୍ଲୀ ପୁଲିସ ତାଙ୍କ ସ୍ୱାମୀଙ୍କ ବିରୋଧରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ଡଲି ତେଭାଥିଆ ନାମ୍ନୀ ଏହି ପୋଲିସ ଏସଆଇ ଜଣକ ନିଜ ଟୁଇଟର ହାଣ୍ଡେଲରେ ସ୍ୱାମୀଙ୍କ ବିରୋଧରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ସେ କହିଛନ୍ତି ତାଙ୍କ ସ୍ୱାମୀ ପେଷାରେ ଜଣା ଓକିଲା । ସେ ତାଙ୍କୁ ଅକଥନୀୟ  ନିର୍ଯାତନା ଦେଉଛନ୍ତି ।  ଡଲି ଏବେ ମେଟରନିଟି ଲିଭରେ ଅଛନ୍ତି ।  ଏ ଅବସ୍ଥାରେ ସ୍ୱାମୀ ତାଙ୍କୁ ସହଯୋଗ କରିବା ପରିବର୍ତ୍ତେ ବାରମ୍ବାର ଅକଥନୀୟ ନିର୍ଯାତନା ଦେଉଛନ୍ତି। ଏହାର ଏକ ଭିଡିଓ ସେ ତାଙ୍କ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରି ନ୍ୟାୟ ମାଗିଛନ୍ତି।

ଡଲି ଓ ତାଙ୍କ ସ୍ୱାମୀ ଏକାଠି ଦକ୍ଷିଣ-ପଶ୍ଚିମ ଦିଲ୍ଲୀର ଦ୍ୱାରକାରେ ରୁହନ୍ତି। ଡିଲି ତାଙ୍କ ଅଭିଯୋଗରେ ଲେଖିଛନ୍ତି , ‘ମୁଁ ଦିଲ୍ଲୀ ପୁଲିସର ଜଣେ ସବ୍-ଇନ୍ସପେକ୍ଟର। ବର୍ତ୍ତମାନ ମୁଁ ମାଟରନିଟି ଲିଭରେ ଅଛି ।  କିନ୍ତୁ ମୋ ସ୍ୱାମୀ ଆଡଭୋକେଟ ତରୁଣ ଡବାସ ମୋତେ ସବୁଦିନ ନିର୍ଯାତନା ଦେଉଛନ୍ତି  । ଆଜି ସେ  ମୋତେ ମାଡ ମାରିଥିଲେ। ଦୟାକରି କାର୍ଯ୍ୟାନୁଷ୍ଠାନ ନିଅନ୍ତୁ।’

Leave A Reply

Your email address will not be published.