ଭୁବନେଶ୍ୱର: ଓଡ଼ିଶାବାସୀଙ୍କ ପାଇଁ ଏକ ଖୁସି ଖବର। ଗୋଟିଏ ପଟେ ଟିକା ଅଭାବକୁ ନେଇ ରାଜ୍ୟବାସୀ ଚିନ୍ତିତ ଥିବା ବେଳେ ଅନ୍ୟପଟେ ୧୮ରୁ ୪୪ ବୟସ ବର୍ଗଙ୍କ ପାଇଁ ଆସନ୍ତା ସପ୍ତାହରେ ଉଭୟ କୋଭାକ୍ସିନ ଏବଂ କୋଭିଶିଲ୍ଡ ଟିକା ଉପଲବ୍ଧ ହେବ ବୋଲି ସୂଚନା ମିଳିଛି।
୧୮ରୁ ୪୪ ବର୍ଷ ବୟସ ବର୍ଗଙ୍କ ପାଇଁ ରାଜ୍ୟ ଜୁନ୍ ୭ ସୁଦ୍ଧା ୨୬,୦୦୦ ଡୋଜ୍ କୋଭାକ୍ସିନ ଏବଂ ଜୁନ୍ ୯ ସୁଦ୍ଧା ୨,୨୭,୭୫୦ ଡୋଜ କୋଭିଶିଲ୍ଡ ଟିକା ଗ୍ରହଣ କରିବାକୁ ଯାଉଛି।
ରାଜ୍ୟରେ କୋଭକ୍ସିନର ୮,୯୮୦ ଡୋଜ ଏବଂ ୧୮ରୁ ୪୪ ବୟସ ବର୍ଗ ପାଇଁ କୋଭିଶିଲ୍ଡର ୧୮,୬୯୦ ଡୋଜର ଷ୍ଟକ୍ ରହିଛି।
ଏହାପୂର୍ବରୁ ସରକାର ଅଭାବ ଟିକା ହେତୁ ଜୁନ୍ ୨ ରୁ ୧୮ରୁ ୪୪ ବୟସ ବର୍ଗଙ୍କ ପାଇଁ ଟିକାକରଣ ପ୍ରକ୍ରିୟା ବନ୍ଦ କରିବାକୁ ଘୋଷଣା କରିଥିଲେ।
Comments are closed.