ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ଜିଲ୍ଲା ମାନଙ୍କରେ ଆଗାମୀ ୩ ଦିନ ଧରି ଅର୍ଥାତ୍ ୧୨ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନାର ସତର୍କ ସୂଚନା ଜାରି କରିଛନ୍ତି ଭାରତୀୟ ପାଣିପାଗ (ଆଇଏମଡ଼ି) ବିଭାଗ ।
ଭାରତୀୟ ପାଣିପାଗ (ଆଇଏମଡ଼ି) ବିଭାଗର ସଦ୍ୟତମ ସୂଚନାନୁଯାୟୀ, ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ଯୋଗୁଁ ଦକ୍ଷିଣ ଓଡ଼ିଶା ସହିତ ଉତ୍ତର ଆନ୍ଧ୍ରପ୍ରଦେଶରେ ଏକ ଲଘୁଚାପ ଅନୁଭୁତ ହୋଇଛି । ଏହାର ପ୍ରଭାବରେ ଓଡ଼ିଶାରେ ପ୍ରବଳ ବୃଷ୍ଟିପାତ ହେବାର ସମ୍ଭାବନା ରହିଛି ।
ଏହି ଲଘୁଚାପର ପ୍ରଭାବରେ ଆଗାମୀ ୧୨ ଘଣ୍ଟା ମଧ୍ୟରେ ସମଗ୍ର ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାର ସୂଚନା ଦେଇଛି ଆଇଏମଡ଼ି ।
ସେପ୍ଟେମ୍ବର ୩
ଅରେଞ୍ଜ ୱାର୍ଣ୍ଣିଂ
ପ୍ରବଳରୁ ଅତି ପ୍ରବଳ ବୃଷ୍ଟିପାତ ଯେଉଁସବୁ ଜିଲ୍ଲାମାନଙ୍କରେ ହେବାର ସମ୍ଭାବନା ରହିଛି ସେହିସବୁ ଜିଲ୍ଲାଗୁଡ଼ିକ ହେଲା – କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ପୁରୀ, ରାୟଗଡ଼ା, ଜଗତସିଂହପୁର ଏବଂ କଟକ ଜିଲ୍ଲା ।
ୟେଲ୍ଲୋ ୱାର୍ଣ୍ଣିଂ
ପ୍ରବଳ ବୃଷ୍ଟିପାତ ଯେଉଁସବୁ ଜିଲ୍ଲାମାନଙ୍କରେ ହେବ ସେହି ଜିଲ୍ଲା ଗୁଡ଼ିକ ହେଲା – ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ବରଗଡ଼, ସମ୍ବଲପୁର ଏବଂ ନୂଆପଡ଼ା ଜିଲ୍ଲା ।
ସେପ୍ଟେମ୍ବର ୪![]()
ଅରେଞ୍ଜ ୱାର୍ଣ୍ଣିଂ
ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ବରଗଡ଼, ସମ୍ବଲପୁର ଏବଂ ନୂଆପଡ଼ା ଜିଲ୍ଲା ।
ୟେଲ୍ଲୋ ୱାର୍ଣ୍ଣିଂ
ଢେଙ୍କାନାଳ, ମୟୂରଭଞ୍ଜ, ଦେଓଗଡ଼, ସୋନପୁର, ବଲାଙ୍ଗୀର, କୋରାପୁଟ, ନବରଙ୍ଗପୁର ଏବଂ ଗଜପତି ଜିଲ୍ଲା ।
ସେପ୍ଟେମ୍ବର ୫
ୟେଲ୍ଲୋ ୱାର୍ଣ୍ଣିଂ
କଟକ, ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ସୋନପୁର, ସୁନ୍ଦରଗଡ଼, କେନ୍ଦୁଝର ଏବଂ ବଲାଙ୍ଗୀର ଜିଲ୍ଲା ।
ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବା କାରଣରୁ ମତ୍ସ୍ୟଜୀବୀମାନେ ସମୁଦ୍ର ମଧ୍ୟକୁ ନ’ଯିବାକୁ ପାଣିପାଗ ବିଭାଗ କର୍ତ୍ତୃପକ୍ଷ ପରାମର୍ଶ ଦେଇଛନ୍ତି ।