Latest Odisha News

BREAKING NEWS

ରାଜ୍ୟର ୫୨ଟି ଡ଼ିଗ୍ରୀ କଲେଜରେ ନିଯୁକ୍ତ ହେବେ ୬୦୬ ଅଧ୍ୟାପକ

ଭୁବନେଶ୍ୱର: ଓଡିଶାର ୫୨ଟି ସରକାରୀ ଡ଼ିଗ୍ରୀ କଲେଜ ଲାଗି ପାଖାପାଖି ୬୦୬ ପଦବୀରେ ଅଧ୍ୟାପକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶିତ ହୋଇଛି । ସମୁଦାୟ ୨୦ଟି ବିଷୟ ପାଇଁ ଅଧ୍ୟାପକ/ଅଧ୍ୟାପିକା ନିଯୁକ୍ତି କରାଯିବ ।

ଉଚ୍ଚ ଶିକ୍ଷା ବିଭାଗର ଉପ ସଚିବ ସିଗ୍ଧା ଚମ୍ପତିରାୟ ଏକ ଅଫିସିଆଲ୍ ପତ୍ର ଜରିଆରେ ଏନେଇ ଓଡ଼ିଶା ପବ୍ଳିକ୍ ସର୍ଭିସ କମିଶସନ (ଓପିଏସସି)କୁ ତୁରନ୍ତ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି ।

ଓପିଏସସି ସଚିବ ସତ୍ୟବ୍ରତ ରାୟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଓଡିଶା ସରକାରଙ୍କ ପକ୍ଷରୁ ଏନେଇ ବରାଦ ହେବାପରେ କମିଶନର ଖୁବଶୀଘ୍ର ନିଯୁକ୍ତି ଲାଗି ବିଜ୍ଞପ୍ତି ଜାରି କରିବେ । ସେ ଆହୁରି ମଧ୍ୟ କହିଛନ୍ତି, “ପ୍ରାର୍ଥୀ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ କରିବା ସହ ପରିକ୍ଷଣ ଆରମ୍ଭ କରାଯିବ । ସମସ୍ତ ପ୍ରକ୍ରିୟା ସରିବା ପରେଯାଇ ମେରିଟ୍ ଲିଷ୍ଟ ଉଚ୍ଚ ଶିକ୍ଷା ବିଭାଗକୁ ଦିଆଯିବ” ବୋଲି ସେ ପ୍ରକାଶ କରିଛନ୍ତି ।

ଆହୁରି ମଧ୍ୟ ଖାଲି ଥିବା ମୋଟ୍ ୬୦୬ ପଦବୀ ମଧ୍ୟରୁ ୧୩ଟ ପଦବୀ ଅନୁସୂଚିିତ ଜନଜାତିଙ୍କ ପାଇଁ ସଂରକ୍ଷିତ କରାଯାଇଛି । ଏହବ୍ୟତିତ ୯୮ଟି ସିଟ୍ ଅନୁସୂଚିତ ଜାତି, ୬୬ଟି ସିଟ୍ ସାମାଜିକ ଓ ଅର୍ଥନୈତିକ ସ୍ତରରେ ଦୁର୍ବଳଙ୍କ ପାଇଁ ସଂରକ୍ଷିତ କରାଯାଇଥିବା ବେଳେ ୨୪ଟି ଦିବ୍ୟାଙ୍ଗ, ୬ଟି ସ୍ପୋଟ୍ସ ପର୍ସନ ଓ ୧୮ଟି ପୂର୍ବତନ କର୍ମଚାରୀଙ୍କ ପାଇଁ ସଂରକ୍ଷିତ କରାଯାଇଥିବା ନେଇ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.