Latest Odisha News

ଦେଖନ୍ତୁ: କିପରି ଦୁର୍ଗାପୂଜା ପେଣ୍ଡାଲରେ ଝୁମି ଝୁମି ଗୀତରେ ନାଚିଲେ ବିଧାୟକ !

ଜୟପୁର: ନିଜର ଉତ୍ତେଜିତ ଭାଷଣବାଜି ମାଧ୍ୟମରେ ହଟଚମଟ ସୃଷ୍ଟି କରି ବିଧାନସଭାକୁ ସରଗରମ କରିପାରୁଥିବା କଂଗ୍ରେସ ବିଧାୟକ ଗୁରୁବାର ଦିନ କିନ୍ତୁ ତାଙ୍କୁ ଭିନ୍ନ ନଜରରେ ଦେଖିବାକୁ ମିଳିଛି ।

ଶାରଦୀୟ ଦୁର୍ଗାପୂଜା ଅବସରରେ ସମଗ୍ର ଓଡ଼ିଶା ଏବେ ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ବିଧାୟକ ତାରା ବାହିନୀପତିଙ୍କୁ ମଧ୍ୟ ପୂଜା ସାଂସ୍କୃତିକ ମଞ୍ଚରେ ଖୁସି ମନାଉଥିବାର ଦେଖିବାକୁ ମିଳିଛି ।

ପୂର୍ବରୁ ଅଳ୍ପ ବହୁତ ସମସ୍ତେ ଜାଣନ୍ତି ଯେ, ଯେଉଁଠି ଗୀତ ନାଚ ହେଉଥାଏ ସେଇଠି ତାରା ବାହିନୀପତିଙ୍କ ଗୋଡ଼ ସ୍ଥିର ରହେନାହିଁ । ସହଜେ ଶ୍ରୀ ବାହିନୀପତି ମଧ୍ୟ ସଙ୍ଗୀତ ତଥା ନୃତ୍ୟପ୍ରେମୀ । ଗୀତ ଓ ନାଚକୁ ଭଲପାଇଥିବା ତାରା ଏଥର କିନ୍ତୁ ଗୀତର ତାଳରେ ତାଳ ମିଳାଇ ମନଭରି ନାଚିଥିଲେ, ପୂଜା ଉତ୍ସବକୁ ମନଭରି ଉପଭୋଗ କରିଥିଲେ ବିଧାୟକ ।

ଏନେଇ ଏକ ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବାକୁ ଲାଗିଛି । ପୂଜା ମଞ୍ଚରେ ତାରା ବାହିନୀପତି ଜଣେ କଣ୍ଠଶିଳ୍ପୀଙ୍କ ମନଛୁଆଁ ଗୀତରେ କିପରି ନାଚି ନାଚି ଝୁମି ଉଠିଛନ୍ତି ତାହା ଦେଖିବାକୁ ମିଳିଛି । ନାଲି କୁର୍ତ୍ତା ପିନ୍ଧି ପାଦଛନ୍ଦି ସୁନ୍ଦର ନାଚୁଥିବା ବିଧାୟକଙ୍କୁ ମଞ୍ଚତଳେ ଥିବା ଦର୍ଶକମାନେ ମଧ୍ୟ ତାଳି ମାରି ବେଶ୍ ଉତ୍ସାହିତ କରୁଥିବା ଦେଖାଯାଇଛି ।

Leave A Reply

Your email address will not be published.