Latest Odisha News

BREAKING NEWS

ଜମାକାରୀ ଫେରିପାଇବେ ଚିଟଫଣ୍ଡ ଟଙ୍କା….

ଭୁବନେଶ୍ବର: ଚିଟଫଣ୍ଡ କ୍ଷତିଗ୍ରସ୍ତ ଫେରିପାଇବେ ଟଙ୍କା । ଯେଉଁ ଯେଉଁମାନେ ଚିଟଫଣ୍ଡ ସଂସ୍ଥାର ଶିକାର ହୋଇ ନିଜର ଟଙ୍କା ହରାଇଛନ୍ତି, ସେମାନେ ଖୁବଶୀଘ୍ର ସେମାନଙ୍କ ଟଙ୍କା ଫେରିପାଇବେ । ଏନେଇ ଆଜି ବିଧାନସଭାରେ ଦମ୍ଭୋକ୍ତି ଦେଖାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।  ଟଙ୍କା ଫେରସ୍ତ ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।

ବିଧାନସମାରେ ଲିଖିତ ଉତ୍ତର ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି, ଚିଟଫଣ୍ଡ୍‌ ଟଙ୍କା ଫେରସ୍ତ ନେଇ ନୂଆ ନିର୍ଦ୍ଦେଶାବଳୀ ପ୍ରସ୍ତୁତ ଚାଲିଛି । ନୂଆ ସରକାର ଟଙ୍କା ଫେରସ୍ତ ପ୍ରକ୍ରିୟାକୁ ସରଳୀକରଣ କରିବେ । ପ୍ରକ୍ରିୟାକୁ ସରଳୀକରଣ ପାଇଁ ନୂଆ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରୁଛୁ । ଏଯାବତ ୯୬ ହଜାର ୪୭୪ କ୍ଷତିଗ୍ରସ୍ତଙ୍କୁ ୪୫ କୋଟି ୯୬ ଲକ୍ଷ ଫେରସ୍ତ କରାଯାଇଥିବା ବେଳେ ଅବଶିଷ୍ଟ ଜମାକାରୀଙ୍କୁ ଟଙ୍କା ଫେରସ୍ତ ପାଇଁ ତ୍ବରିତ ପଦକ୍ଷେପ ନିଆଯାଉଛି ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ତେବେ କହିରଖୁଛୁ, ରାଜ୍ୟରେ ୧୬୩ଟି ଚିଟଫଣ୍ଡ ସଂସ୍ଥା ପ୍ରାୟ ୬ ଲକ୍ଷ ଜମାକାରୀଙ୍କଠାରୁ ଟଙ୍କା ଲୁଟିଛନ୍ତି । ସି-ସୋର, ଅର୍ଥତତ୍ତ୍ବ, ସାରଦା, ମାଇକ୍ରୋ ଫାଇନାନ୍ସ ଭଳି କମ୍ପାନୀ ଲୋକଙ୍କୁ ଠକି ସେମାନଙ୍କ ଟଙ୍କା ହଡପ କରିଛନ୍ତି । ସରକାରକୁ ଆସିବା ପରେ ଚିଟଫଣ୍ଡ ଠକେଇ ମାମଲା ୪ ଲକ୍ଷରୁ ଉର୍ଦ୍ଧ ଜମାକାରୀ ଫେରସ୍ତ ପାଇବେ ନିଜର ଜମା ଟଙ୍କା ବୋଲି କହିଥିଲେ ନୂଆ ସରକାର । ଏନେଇ ପାଖାପାଖି ୧୦୦ କୋଟିରୁ ଉର୍ଦ୍ଦ୍ବ ଟଙ୍କା ଜମାକାରୀଙ୍କୁ ମିଳିବ  । ଏଥିରେ ପାଖାପାଖି ୧୦୦ କୋଟିରୁ ଉର୍ଦ୍ଧ୍ବଟଙ୍କା ପାଇବେ କ୍ଷତିଗ୍ରସ୍ତ ।

ପୂର୍ବରୁ ହାଇକୋର୍ଟଙ୍କ ଅନୁମତି ପାଇବା ପରେ ୯୬ ହଜାର ୪୭୪ କ୍ଷତିଗ୍ରସ୍ତଙ୍କୁ ୪୫ କୋଟି ୯୬ ଲକ୍ଷ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରସ୍ତ  ହୋଇଯାଇଛି । ବାକିଙ୍କୁ ଖୁବଶୀଘ୍ର ଟଙ୍କା ମିଳିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

Comments are closed.