Latest Odisha News

ରାଜ୍ୟରେ ସମସ୍ତ ସ୍କୁଲ ଓ କଲେଜ ୭ରୁ ଖୋଲିବ

ଭୁବନେଶ୍ୱର : ରାଜ୍ୟରେ ଆସନ୍ତା ୭ ତାରିଖରୁ ଖୋଲିବ ସ୍କୁଲ ଓ କଲେଜ । ଅଷ୍ଟମରୁ ଉପରକୁ ସମସ୍ତ ଶ୍ରଣୀର କ୍ଲାସ ଖୋଲିବ ।ଏବଂ ଫେବୃଆରୀ ୧୪ରୁ କେଜିରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଖୋଲିବ ବୋଲି ମୁଖ୍ୟ ଶାସନ ସଚିବ ସାମ୍ବାଦିକ ସମ୍ମିଳନୀରେ  ସୂଚନା ଦେଇଛନ୍ତି । ଗତ ଦୁଇ ବର୍ଷ ଧରି କୋଭିଡ ପାଇଁ ରାଜ୍ୟରେ ଶିକ୍ଷାଦାନ ଗଭୀର ଭାବେ ପ୍ରଭାବିତ ହୋଇଥିଲା । ତିନୋଟି ଲହରି ଅତିକ୍ରମ କରିସାରିଲାଣି । ପିଲାମାନେ ସ୍କୁଲ ଯାଇପାରିନାହାନ୍ତି ।

ବିଶେଷ କରି ଛୋଟ ପିଲାମାନେ ପ୍ରଥମ କ୍ଲାସରୁ ସପ୍ତମ  ପର୍ଯ୍ୟନ୍ତ ପିଲାଙ୍କ ପାଠ ଦୁଇ ବର୍ଷ ହେବ ପୁରାପୁରି ବନ୍ଦ ହୋଇଯାଇଛି ଏବଂ ଗତ ଏକ ମାସଧରି ଓମିକ୍ରନ ଲହରି ପାଇଁ ରାଜ୍ୟରେ ଶିକ୍ଷାନୁଷ୍ଠାନ ବନ୍ଦ ରଖାଯାଇଥିଲା । ଜନସାଧାରଣଙ୍କ ସ୍ୱାସ୍ଥ୍ୟ କୁ ଆଖି ଆଗରେ ରଖି ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖାଯାଇଥିଲା । ରାଜ୍ୟରେ କରୋନା ସଂକ୍ରମଣ କମିଛି ।

ଏନେଇ ରାଜ୍ୟ ସରକାର ସମସ୍ତ ସ୍କୁଲ ଓ କଲେଜ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ଶିକ୍ଷାଦାନ ପକ୍ରିୟା ଆରମ୍ଭ ହେବ । ସମସ୍ତ ହଷ୍ଟେଲ ଖୋଲିବ ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତିା କୋଭିଡ କଟକଣା ମାନି ଶିକ୍ଷାନୁଷ୍ଠାନରେ ପାଠ ପଢାହେବ । ଅନଲାଇନ କ୍ଲାସ କରିବାର ଅଫ୍ସନ ମଧ୍ୟ ପିଲାମାନଙ୍କୁ ଦିଆଯିବ । କେଲେଜ , ଶିକ୍ଷାନୁଷ୍ଠାନ , ଟେକ୍ନିକାଲ ଶିକ୍ଷାନୁଷ୍ଠାନ , ବିଶ୍ୱବିଦ୍ୟାଳୟ ଖୋଲିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ।

ଖରା ଛୁଟିର ଅବଧି ମଧ୍ୟ କମ କରିବାକୁ ସରକାର ନିଷ୍ପତି ନେଇପାରନ୍ତି ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି । ପାଠପଢାରେ ଯେଉଁ ବାଧା ସୃୃଷ୍ଟି ହେଉଥିଲା ତାହା ଦୂର ହେବ ବୋଲି ଶାସନ ସଚିବ ସୁରେଶ ମହାପାତ୍ର କହିଛନ୍ତି ।

Comments are closed, but trackbacks and pingbacks are open.