Latest Odisha News

ଆସନ୍ତା ବର୍ଷ ହେବ ଛାତ୍ର ସଂସଦ ନିର୍ବାଚନ: ପୃଥ୍ବୀରାଜ ହରିଚନ୍ଦନ

ଭୁବନେଶ୍ୱର: ଆସନ୍ତା ବର୍ଷ କଲେଜରେ ହେବ ଛାତ୍ର ସଂସଦ ନିର୍ବାଚନ। ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏନେଇ ସୂଚନା ଦେଇଛନ୍ତି।

ଛାତ୍ର ସଂସଦ ନିର୍ବାଚନ ସେପ୍ଟେମ୍ବର ମାସ ପ୍ରଥମ ସପ୍ତାହରେ ହୁଏ। ଜୁନରେ ନୂଆ ସରକାର ଆସିଲା ପରେ ଏନେଇ ପର୍ଯ୍ୟାପ୍ତ ସମୟ ମିଳିନି। ଛାତ୍ର ସଂସଦ ନିର୍ବାଚନ ନେଇ ଏବର୍ଷ ସବୁ କଲେଜରେ ପ୍ରସ୍ତୁତି ହେବ। ଏ ବର୍ଷ ଏନେଇ ପ୍ରସ୍ତୁତି କରାଯିବ କିନ୍ତୁ ଆସନ୍ତାବର୍ଷ ଛାତ୍ର ସଂସଦ ନିର୍ବାଚନ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।

ତେବେ ୨୦୧୮ ମସିହାଠାରୁ କଲେଜ ଗୁଡିକରେ ହୋଇନାହିଁ ଛାତ୍ର ସଂସଦ ନିର୍ବାଚନ।

 

Comments are closed.