Latest Odisha News

BREAKING NEWS

ଅଗଷ୍ଟରେ ସ୍ଥିତି ଦେଖି ପାଠ୍ୟକ୍ରମ କମ୍ ନିଷ୍ପତ୍ତି: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ସିବିଏସଇ ୩୦ ପ୍ରତିଶତ ପାଠ୍ୟକ୍ରମ କମ୍ କରିଛି । ଆମ ରାଜ୍ୟରେ ମଧ୍ୟ ପାଠ୍ୟକ୍ରମ କେତେ ପ୍ରତିଶତ କମିବ ସେନେଇ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ । ସେ ସ୍ପଷ୍ଟ କରିଛନ୍ତି ଯେ, ଅଗଷ୍ଟ ୩୧ ଯାଏ ସ୍କୁଲ ବନ୍ଦ ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବିଚାର କରାଯିବ । ୩୦ ପ୍ରତିଶତ କିମ୍ବା ୫୦ ପ୍ରତିଶତ ପାଠ୍ୟକ୍ରମ କମ୍ କରାଯାଇପାରେ ବୋଲି ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି ।

ସେହିପରି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, ଅଗଷ୍ଟ ମାସରେ ସ୍ଥିତିକୁ ଦେଖି ସ୍କୁଲ ଖୋଲାଯିବା ଉପରେ ନିଷ୍ପତ୍ତି ନିଆଯିବ । ଏବଂ ସ୍କୁଲ ଖୋଲିବାକୁ ଆଧାର କରି କେତେ ପ୍ରତିଶତ ପାଠ ପଢାଯିବ ସେନେଇ ନିଷ୍ପତ୍ତି ନିଆଯିବ । ଯେହେତୁ ଏବେ ସ୍କୁଲ ଖୋଲିନି ତେଣୁ ଏବାବଦରେ ଏବେଠୁ କହିବା ଠିକ୍ ହେବନି ସ୍କୁଲ ଖୋଲିଲେ ସରକାର ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସଠିକ ନିଷ୍ପତ୍ତି ନେବେ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।

Leave A Reply

Your email address will not be published.