Latest Odisha News

BREAKING NEWS

ଆଣ୍ଡ୍ରୋଏଡ୍ ଫୋନରେ ଦେଇପାରିବେ ଡିପ୍ଲୋମା ପରୀକ୍ଷା

ଭୁବନେଶ୍ୱର: ଅଗଷ୍ଟ ୧ରୁ ଆରମ୍ଭ ହେବ ଚଳିତ ବର୍ଷର ଡିପ୍ଲୋମା ପରୀକ୍ଷା । ୨୦ ତାରିଖ ସୁଦ୍ଧା ପରୀକ୍ଷା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ତେବେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ଯେ, କମ୍ଫ୍ୟୁଟର ଓ ଲାପଟପ୍ ନଥିଲେ ଛାତ୍ରଛାତ୍ରୀ ଘରେ ରହି ନିଜ ଆଣ୍ଡ୍ରୋଏଡ ଫୋନରେ ମଧ୍ୟ ପରୀକ୍ଷା ଦେଇପାରିବେ । ତେବେ ଇଂଟରନେଟ୍ କନେକ୍ସନ ନେଇ ଛାତ୍ରଛାତ୍ରୀ ନିଜ ଆଡୁ ପ୍ରସ୍ତୁତ ରହିବେ ।

ଯେଉଁ ଛାତ୍ରଛାତ୍ରୀଙ୍କ ପାଖରେ ଲାପଟପ, କମ୍ଫ୍ୟୁଟର କିମ୍ବା ଆଣ୍ଡ୍ରୋଏଡ୍ ମୋବାଇଲ ଓ ଇଂଟରନେଟର ସୁବିଧା ନଥିବ ସେମାନେ ନିଜ ଜିଲ୍ଲାର ସ୍ଥିରୀକୃତ ପରୀକ୍ଷା କେନ୍ଦ୍ରକୁ ଯାଇ ପରୀକ୍ଷା ଦେଇପାରିବେ ।

ରାଜ୍ୟ ବୈଷୟିକ ବିଭାଗ ଏନେଇ ବିଜ୍ଞପ୍ତି ପ୍ରକାଶ କରିଛି । ଯେଉଁଥିରେ କୁହାଯାଇଛି ଯେ, ଅଗଷ୍ଟ ୧ରୁ ୨୦ ତାରିଖ ସୁଦ୍ଧା ପରୀକ୍ଷା ଶେଷ ହେବ। ପରୀକ୍ଷାର ୭ ଦିନ ଭିତରେ ଫଳାଫଳ ପ୍ରକାଶ ପାଇବ । ଚଳିତ ବର୍ଷ ପ୍ରାୟ ୨୫ ହଜାର ଛାତ୍ରାଛାତ୍ରୀ ଡିପ୍ଲୋମା ପରୀକ୍ଷା ଦେବେ ।

Leave A Reply

Your email address will not be published.