Latest Odisha News

BREAKING NEWS

Heavy Rain In Odisha: ଆହୁରି ୪ ଦିନ ଭିଜିବ ଓଡିଶା: ଆଜି ପାଇଁ ୨୦ ଜିଲ୍ଲାକୁ ଜାରି ହେଲା ୟେଲୋ ଓ୍ବାର୍ଣ୍ଣିଂ…..

ଭୁବନେଶ୍ବର: ରାଜ୍ୟରେ ଆହୁରି ୪ ଦିନ ପ୍ରବଳ ବର୍ଷା ଜାରି ରହିବ । କାଲିଠୁ ପୁଣି ବର୍ଷାର ପରିମାଣ ବଢିବ । ଏନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ପାଣିପାଗ ବିଭାଗ ଅନୁଯାୟୀ, ଉପକୂଳ, ଉତ୍ତର, ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷିବା ନେଇ ସତର୍କ ସୂଚନା ଜାରି କରାଯାଇଛି । ଆଜି ପ୍ରବଳ ବର୍ଷା ନେଇ ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର। ଆଜି ପାଇଁ ସୁନ୍ଦରଗଡ, କେନ୍ଦୁଝର, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେଓଗଡ, ଅନୁଗୁଳ, ମୟୂରଭଞ୍ଜ, ବାଲେଶ୍ବର, ଢେଙ୍କାନାଳ, ଯାଜପୁର, ଭଦ୍ରକ, ନୟାଗଡ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରପଡା, ଗଞ୍ଜାମ, ଗଜପତି ଜିଲ୍ଲାକୁ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।

ଆଇଏମଡି ସୂଚନା ଅନୁଯାୟୀ, ମୌସୁମୀ ବାୟୁ ଏବେ ବିକାନେର, କୋଟା, ଗୁନା, ଦାମୋହ, ପେଣ୍ଡ୍ରା ରୋଡ୍, ସମ୍ବଲପୁର, ପୁରୀ ଦେଇ ପୂର୍ବ-ଦକ୍ଷିଣପୂର୍ବ ଦିଗରେ କେନ୍ଦ୍ରୀୟ ବଙ୍ଗୋପସାଗରକୁ ଯାଇଛି । ଏହାର ପ୍ରଭାବରେ ପ୍ରବଳ ବର୍ଷା ସମ୍ଭବନା ରହିଛି । ଏଥିପାଇଁ ଆସନ୍ତାକାଲି ପାଇଁ ମଧ୍ୟ ଆଜି ଭଳି ସମାନ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି ।

ସେହିପରି ସେପ୍ଟେମ୍ବର ୧ ଓ ୨ ତାରିଖ ପାଇଁ ରାଜ୍ୟର ସବୁ ଜିଲ୍ଲାକୁ ପ୍ରବଳ ବର୍ଷା ସହ ଝଡତୋଫାନ ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି । ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ ବିଜୁଳି ଘଡଘଡି ସହ ୩୦ରୁ ୪୦ କିମି ପ୍ରତି ଘଣ୍ଟାରେ ଝଟକା ପବନ ଅନୁଭୂତ ହେବ  । ପାଖାପାଖି ୭ରୁ ୧୧ ସେମି ପର୍ଯ୍ୟନ୍ତ ବର୍ଷା ଅନୁଭୂତ ହୋଇପାରେ ।

Comments are closed.