ଭୁବନେଶ୍ୱର: ଅଧା ରହିଗଲା ଜଗା ଦର୍ଶନ । ଟ୍ରେନ ଦୁର୍ଘଟଣା ଯୋଗୁ ତାଙ୍କ ପରିବାର ସଦସ୍ୟ ଏବେ ହସପିଟାଲରେ । ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଞ୍ଚଳର ନୀଳାମ୍ବର ପାତ୍ର ତାଙ୍କ ପରିବାର ସଦସ୍ୟକୁ ନେଇ କେତେ ଖୁସିରେ ପୁରୀ ବାହାରିଥିଲେ । ସମସ୍ତେ ବାଲେଶ୍ୱରରୁ କରମଣ୍ଡଳ ଏସ୍କପ୍ରେସରେ ଚଢିଥିଲେ । ପୁରୀ ଯିବେ, ଜଗନ୍ନାଥଙ୍କୁ ଦର୍ଶନ କରିବେ ସେନେଇ ସମସ୍ତେ ଉତ୍ସାହିତ ଥିଲେ । ହେଲେ ବହନଗାଠାରେ ଭୟଙ୍କର ଟ୍ରେନ ଦୁର୍ଘଟଣା ଘଟିଲା । ଏହି ଦୁର୍ଘଟଣାରେ ନୀଳାମ୍ବର ଗୁରୁତର ଆହତ ହେଲେ । ଏବେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ପରିବାରର ଦୁଇ ଜଣ ବାଲେଶ୍ୱର ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ଆଉ ଦୁଇଜଣ କଟକ ଏସସିବି ମେଡିକାଲରେ ଭର୍ତ୍ତି ହୋଇଛନ୍ତି । କାନ୍ଦି କାନ୍ଦି ଏହା କହିଛନ୍ତି ନୀଳାମ୍ବରଙ୍କ ବଡ଼ ଭାଇ ସୁଧୀର ପାତ୍ର । ଟ୍ରେନ୍ ଦୁର୍ଘଟଣା ପରେ ହସ୍ପିଟାଲ ଓ ଘଟଣାସ୍ଥଳରେ ଦେଖିବାକୁ ମିଳୁଛି ଏମିତି ହୃଦୟ ବିଦାରକ ଦୃଶ୍ୟ ।
BREAKING NEWS
- ଜାତିସଂଘ ପୋଷ୍ଟ ଉପରେ ଇସ୍ରାଏଲର ଆକ୍ରମଣ, ଭାରତୀୟ ସୈନ୍ୟଙ୍କୁ ନେଇ ଚିନ୍ତା
- ହେରା ଫେରୀ ୩ ପାଇଁ ରାଇଟ୍ସ ହାତେଇଲେ ଫିରୋଜ ନାଡିୟାଡୱାଲା
- ଆରମ୍ଭ ପୂର୍ବରୁ ବିବାଦ: ଚେତାବନୀ ଦେଲାଣି ବାଲିଯାତ୍ରା ମିଳିତ ମଞ୍ଚ
- ମସ୍କଙ୍କ ନୂଆ ଆବିଷ୍କାର: ନାଚିବା ଠାରୁ ଆରମ୍ଭ କରି ପୋଛିବା ପର୍ଯ୍ୟନ୍ତ ସବୁ କରୁଛି
- ନାସିକ ଆର୍ଟିଲରି ସେଣ୍ଟରରେ ଅଘଟଣ, ୨ ଅଗ୍ନିବୀର ମୃତ
- ପିସିବି ବଲ ଟ୍ୟାମ୍ପରିଂକୁ ଦେଉଛି ପ୍ରଶୟ !
- ନିହୋନ ହିଡାନକୋଙ୍କୁ ନୋବେଲ୍ ଶାନ୍ତି ଘୋଷଣା
- ସରକାରୀ ବାବୁଙ୍କୁ ମୋଦିଙ୍କ ଛାଟ: ବିଦା ହେବେ ଅଳସୁଆ, ଦୁର୍ନୀତିଖୋର୍ କର୍ମଚାରୀ
- ସରିଲା ଛତର ଯାତ୍ରା: ଏଥର ମା’ଙ୍କୁ ୧୦ ହଜାର ବଳି
- ସ୍ଵପ୍ନରେ ଏହି ପଶୁ ପକ୍ଷୀ ଆସିଲେ ଦିଏ କିଛି ଏମିତି ସଙ୍କେତ……
Comments are closed.