ଭୁବନେଶ୍ୱର: ଓଡ଼ିଶା ଟ୍ରାଭେଲ ବଜାର ୨୦୨୨ର ପ୍ରଦର୍ଶନୀ ଉଦଘାଟିତ ହୋଇଛି । ଆଜି ହୋଟେଲ ସ୍ୱସ୍ତି ପ୍ରିମିୟମଠାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ଅବକାରୀ ଏବଂ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଶୁଭ ଉଦଘାଟନ୍ କରିଛନ୍ତି ।
ଏହି ଅବସରରେ ସେ କହିଛନ୍ତି ଯେ, ‘କୋଭିଡ୍ ମହାମାରୀର ଏତେ ଦିନ ବ୍ୟବଧାନ ପରେ ଓଡ଼ିଶା ଟ୍ରାଭେଲ ବଜାର ଅନୁଷ୍ଠିତ ହେଉଥିବାରୁ ଆମ୍ଭେମାନେ ବହୁତ ଆନନ୍ଦିତ । ଯାହାକି ଘରୋଇ ଏବଂ ବିଦେଶ ଟ୍ୟୁରିଜିମ୍ ଷ୍ଟେକହୋଲ୍ଡର ମାନଙ୍କ ମଧ୍ୟରେ ଭାବ ବିନିମୟ କରିବାକୁ ଏକ ପ୍ଲାଟଫର୍ମ ଯୋଗାଇ ଦେବ । ଓଡ଼ିଶାରେ ଏମିତି କିଛି ସ୍ଥାନ ଅଛି, ଯାହାକି ସ୍ୱର୍ଗୀୟ ସୌନ୍ଦର୍ଯ୍ୟରେ ପରିପୁର୍ଣ୍ଣ ।
ଦେଶ ଭିତରର ଓ ବିଦେଶର ଟୁର୍ ଅପରେଟରମାନେ ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ପରିଦର୍ଶନରେ ଯିବେ । ଜାଣିବେ କି ବହୁଳ ଭିତ୍ତିଭୂମିର ବିକାଶ ହୋଇଛି । ତେଣୁ ଆମେ ଆଶା କରୁଛୁଯେ, ଆଗାମୀ ଦିନ ମାନଙ୍କରେ ପର୍ଯ୍ୟଟକଙ୍କ ସଂଖ୍ୟାରେ ବୃଦ୍ଧି ପରିଲକ୍ଷିତ ହେବ, ଯାହାକି ଏହି କ୍ଷେତ୍ରରୁ ରାଜକୋଷ ସଂଗ୍ରହରେ ମଧ୍ୟ ବୃଦ୍ଧି ଘଟିବ ।’
Comments are closed.